ସଙ୍କରାଖୋଲ ଗଜଲକ୍ଷ୍ମୀ ପୂଜାରେ ଯୋଗଦେଇ ଉତ୍ସାହିତ କଲେ ରାଧାମୋହନ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଅନ୍ତର୍ଗତ ସଙ୍କରଖୋଲ ମା ଗଜଲକ୍ଷ୍ମୀ ଯୁବକ୍ରୀଡ଼ା ସାଂସ୍କୃତିକ ପରିଷଦ ଯୁବକ ସଂଘ ପକ୍ଷରୁ ମା ଗଜଲକ୍ଷ୍ମୀଙ୍କ ପୂଜା ସପ୍ତାହ ବ୍ୟାପୀ ପାଲନ କରାଯାଉଅଛି l ଏହି ଅବସରରେ ବିଭିନ୍ନ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଆୟୋଜିତ ହେଉଛି ସେହି କାର୍ଯ୍ୟକ୍ରମର ତୃତୀୟ ଦିବସରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ, ଯୁବ ସମାଜସେବୀ, ସଭାପତି କନ୍ଧମାଳ ପିପୂଲସ୍ ଫୋରମ୍,ଲେଖକ ଏବଂ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ଚେହେରା ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢାଇ ଥିଲେ । ସଂଘର ସଭାପତି,ସଦସ୍ୟ ଓ କର୍ମକର୍ତ୍ତା ମାନେ ମୁଖ୍ୟ ବକ୍ତା ଓ ସମସ୍ତ ଅତିଥି ମାନଙ୍କୁ ବାଜା ବାଦ୍ୟ ଓ ବାଣ ଫୁଟାଇ ସ୍ବାଗତ କରିଥିଲେ। ତାପରେ ଅତିଥି ମାନେ ମା ଗଜଲକ୍ଷ୍ମୀଙ୍କ ଆଶିର୍ବାଦ ଗ୍ରହଣ ପରେ ମଞ୍ଚାସୀନ ହୋଇଥିଲେ ।ପରେ ମୂଖ୍ୟ ବକ୍ତା ଶ୍ରୀ ମହାପାତ୍ର ତାଙ୍କ ଅଭିଭାଷଣରେ କ୍ଳବ ର ଉନ୍ନତି ପାଇଁ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ଯୁବକ ମାନଙ୍କ ସାଧୁ ଉଦ୍ୟମ ପାଇଁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା ।

ad-week
Leave A Reply

Your email address will not be published.