ପ୍ରଧାନ ମନ୍ତ୍ରୀ ସଡ଼କ ପାଲଟିଛି ମରଣ ଯନ୍ତା : ବୁର୍ଜା ଛକ ଠାରୁ ତୋହରା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ…

add-all


ଉମରକୋଟ : ବୁର୍ଜା ଛକ ଠାରୁ ତୋହରା ପର୍ଯ୍ୟନ୍ତ ଆନୁମାନିକ ୧୩ କିଲୋମିଟର ପ୍ରଧାନ ମନ୍ତ୍ରୀ ସଡ଼କରେ ସବୁଦିନ ଏକପ୍ରକାର ଛୋଟୋ ମୋଟ ଦୁର୍ଘଟଣା ଲାଗି ରହିଛି, କାରଣ ରାସ୍ତାଟିର ଅବସ୍ଥା ନକହିବା ଭଲ, ଧର୍ମକୁ ଆଖିଠାର ନୀତିରେ ହୋଇଛି କାମ କହିଲେ କିଛି ଭୁଲ ହେବ ନାହିଁ, ଏହା ପୂର୍ତ୍ତ ବିଭାଗ ନା ଗର୍ତ୍ତ ବିଭାଗ ର କାମ ଜାଣିବା କଷ୍ଟ କର
ସୂଚନା ମୁତାବକ ଏହି ସଡ଼କଟି ୩ ଟି ପଞ୍ଚାୟତ ମଧ୍ୟ ଦେଇ ଅତିକ୍ରମ କରିଛି, ପ୍ରଥମେ ବୁର୍ଜା ପଞ୍ଚାୟତ, ଦ୍ୱିତୀୟ କୁର୍ସି ପଞ୍ଚାୟତ, ତୃତୀୟ ତୋହରା ପଞ୍ଚାୟତ, ଏହି ସଡ଼କରର

ଅବସ୍ଥା ବିଷୟରେ ପୂର୍ତ୍ତ ବିଭାଗକୁ ଦୀର୍ଘ୍ୟ ୫ ବର୍ଷ ଧରି ଗ୍ରାମ ବାସୀ ଦାବି କରି ଆସୁଅଛି, କିନ୍ତୁ ପୂର୍ତ୍ତ ବିଭାଗ ଏ ଦିଗରେ କୌଣସି ଧ୍ୟାନ ନ ଦେବାରୁ ସଡ଼କଟି ମରଣ ଯନ୍ତାରେ ପାଲଟିଛି, ଖାଲି ସେତିକି ନୁହେଁ ଏହି ରାସ୍ତା ଦେଇ କୌଣସି ଗର୍ଭବତୀ, ପ୍ରସୁତି, ମା ମାନଙ୍କୁ ଜନନୀ ସୁରକ୍ଷା ଗାଡ଼ିରେ ଆଣିବାକୁ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି , ସ୍ଥାନିଅ ଜନସଧାରଣ ଓ ବୁଦ୍ଧିଯିବି ମାନଙ୍କ କହିବା ଅନୁସାରେ ଏହି ସଡ଼କରେ ଘଟୁଥିବା ଦୁର୍ଘଟଣା ପାଇଁ ପୂର୍ତ୍ତ ବିଭାଗ ହିଁ ଦାୟୀ, ଆଗାମୀ ଦିନରେ କୌଣସି ବଡ ଦୁର୍ଘଟଣା ନ ଘଟେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ରଖି ତୁରନ୍ତ ସଡ଼କ ଟି ମରାମତି କରିବାପାଇଁ ଜନସାଧାରଣଙ୍କ ତରଫରୁ ଦାବି ହେଉଛି..

ad-week
Leave A Reply

Your email address will not be published.