କୁମ୍ଭାରୀପଦର ଭୁସ୍ଖଳନ ଅଞ୍ଚଳରେ ଭୂତତ୍ତ୍ବବିତଙ୍କ ନମୁନା ସଂଗ୍ରହ

add-all

ଦାରିଙ୍ଗବାଡ଼ି, ୨୨/୧୦ : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପଦର ଗ୍ରାମ ଉପକଣ୍ଠରେ ଚଳିତ ବର୍ଷର ଲଗାଣ ବର୍ଷାରେ ଭୁସ୍ଖଳନ ହେବା ସହିତ ମାଟିରେ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯାଇ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ ଲାଗିଛି। ଏହାର ବିପଦ ସଙ୍କୁଳତାକୁ ଲକ୍ଷ୍ୟ ରଖି ବ୍ଲକ ପ୍ରଶାସନଙ୍କ ସୂଚନା କ୍ରମେ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶିଷ ଈଶ୍ୱର ପାଟିଲ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ଫଳ ସ୍ଵରୁପେ ଆଜି ଭୂତତ୍ତ୍ବବିତ ଲାଜୱନ୍ତି ଦେବୀ ତାଙ୍କ ଦଳ ସହ ପହଁଚି ଉକ୍ତ ସ୍ଥାନରୁ ମାଟି, ବାଲି ଓ ପଥରର ୫ଟି ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ନେଇଛନ୍ତି । ସେ ପରୀକ୍ଷା ପରେ ସେହି ଘଟଣାର ସବିଶେଷ ବିବରଣୀ ପ୍ରଦାନ କରିବେ ବୋଲି କହିଛନ୍ତି । ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ବ୍ଲକର ବି.ଡି.ଓ ଗଦାଧର ପାତ୍ର, ତହସିଲଦାର ଡଃ ଅଶୋକ କୁମାର ଦାସ,ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ବିରେନ୍ଦ୍ର କୁମାର ପଟ୍ଟନାୟକ, ହାତୀମୁଣ୍ଡା ସରପଞ୍ଚ ନବନିତା କପାଟ ପାତ୍ର, ଆର୍ ଆଇ, ବନବିଭାଗ ବିଭାଗ କର୍ମଚାରୀ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ପ୍ରକାଶ ଥାଉ କି ଗତ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଭୁସ୍କଳନ ଅଞ୍ଚଳରେ ଥିବା ୧୦୦ ରୁ ଉର୍ଦ୍ଧ୍ବ ପରିବାର ର ୪୦୦ ଲୋକ ଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ବ୍ଲକ ପ୍ରଶାସନଙ୍କ ସହାୟତା ରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ଦିର୍ଘ ଦିନ ଧରି ଖାଇବା ପିଇବା ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା । ଏବଂ ଅନୁକୂଳ ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରଶାସନ ପକ୍ଷରୁ ଭୁସ୍କଳନ ଅଞ୍ଚଳ କୁ ନିସିଦ୍ଧାଞ୍ଚଳ ଘୋଷଣା କରି ଗ୍ରାମବାସୀ ଙ୍କୁ ଆଶ୍ରୟସ୍ଥଳୀ ଠାରୁ ନିଜ ଘରକୁ ପଠାଇଛନ୍ତି।

ad-week
Leave A Reply

Your email address will not be published.