
ବ୍ରହ୍ମପୁର : ଓଡ଼ିଶାର ଦକ୍ଷିଣ ଉପାନ୍ତ ଅଂଚଳ ରେ ଆନ୍ଧ୍ର ସରକାର ଙ୍କ ବାରମ୍ବାର ଅନୁପ୍ରବେଶ ଏବଂ ଉପାନ୍ତ ଅଞ୍ଚଳ ବାସୀଙ୍କୁ ସହାୟତା ପ୍ରଦାନ ପ୍ରଲୋଭନ ଦେଖାଇ ଯେଉଁ ଭଳି ଭାବରେ ଅସ୍ଥିରତା ସୃଷ୍ଟି କରିଚାଲିଛନ୍ତି ତାହା ଚାଇନା ତଥା ପାକିସ୍ତାନ ଠାରୁ ବଳିଗଲାଣି ବୋଲି ଉତ୍କଳ ସମ୍ମିଳନୀ ର ଆଲୋଚନା ସଭା ଅବସରରେ ଦୃଢ଼ ପ୍ରତିବାଦ କରାଯାଇଛି। ସ୍ଥାନୀୟ ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ର ସଭାପତି ଡ଼ ସୁବ୍ରତ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଉପସଭାପତି ଡ଼ ବନମାଳୀ ପାଣିଗ୍ରାହୀ ଏବଂ ଅତିଥି ଭାବରେ ଗବେଷକ ଶିକ୍ଷାବିତ ଡ଼ କୃଷ୍ଣ ପ୍ରସାଦ ମହାପାତ୍ର ଏବଂ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ମଞ୍ଚାସିନ ହୋଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସମ୍ପାଦକୀୟ ବିବରଣୀ ପ୍ରଦାନ କରି ପ୍ରସଙ୍ଗ ସମ୍ପର୍କ ରେ ଆଲୋକ ପାତ କରିଥିଲେ।
୧୯୩୬ ଏପ୍ରିଲ ଏକ ରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ତଥ୍ଯ ସହ ୧୯୫୨ ମସିହାରେ ଆନ୍ଧ୍ର ପ୍ରଦେଶ ଗଠନ ସମୟରେ ଯେଉଁ ସବୁ ଆଲୋଚନା ପର୍ଯ୍ୟାଲୋଚନା ଏବଂ ଚୁକ୍ତିନାମା ର ଏହା ଖିଲାପ କରୁଛି ବୋଲି ମଞ୍ଚାସିନ ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ବିଗତ ଦିନରେ ଉଭୟ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଦ୍ବୟଙ୍କ ଏଥି ସମ୍ପର୍କରେ ଆଲୋଚନା ହୋଇଥିଲେ ମଧ୍ୟ ଆନ୍ଧ୍ର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଓଡ଼ିଶା ର କୋଟିଆ ସମେତ ଅନ୍ୟାନ୍ୟ ଅଂଚଳରେ ଲୋକଙ୍କୁ ସହାୟତା ପ୍ରଦାନ କରିବା ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ।ସହାୟତା ପ୍ରଦାନ କରିବା ଏକ ମହତ କାର୍ଯ୍ୟ କିନ୍ତୁ ଅନ୍ୟ ରାଜ୍ୟ ର ମନ୍ତ୍ରୀ ପ୍ରଶାସନିକ ଅଧିକାରୀ ଭିନ୍ନ ରାଜ୍ୟ ସରକାରଙ୍କ ସହ ବିନା ଆଲୋଚନା ରେ ଏପରି କିଛି କରିବା ନିଶ୍ଚିତ ଭାବରେ ଏକ ବିବାଦୀୟ ବିଷୟ। ତେଣୁ ଏହାର ଯଥାଶୀଘ୍ର ସମାଧାନ ହେବା ଆବଶ୍ୟକ। ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଭାରେ ଦୃଢ ମତ ପ୍ରକାଶ ପାଇବା ସହ ଏହା ବିରୁଦ୍ଧରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ବୁ ମଧ୍ୟ ପ୍ରକାଶ ମତ ପାଇଥିଲା। ଆଲୋଚନା ସଭାରେ ହାଡିବନ୍ଧୁ ମାଳି,କପିଳ ଚନ୍ଦ୍ର ମହାନ୍ତି, ଡାକ୍ତର ସମରେନ୍ଦ୍ର କୁମାର ସାହୁ, ତାରିଣୀ ପ୍ରସାଦ ନାୟକ, ସରୋଜ କାନ୍ତ ରଥ, ମହମ୍ମଦ ଆସଲାମ, ବିଘ୍ନେଶ୍ୱର ପାଢ଼ୀ, ରମା ବଲ୍ଲଭ ଦାସ, ଶରତଚନ୍ଦ୍ର ଦାସ, ନଳିନୀ କାନ୍ତ ଗୌଡ଼ ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ଡ଼ ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।