ନଦୀରୁ ଅଜଣା ମୃତଦେହ କୁ ଠାବ କଲା ଏମଭି 79 ପୋଲିସ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତିଗଲ ପଞ୍ଚାୟତ  ଏମଭି 79 ଥାନା ଅନ୍ତର୍ଗତ ତାମାନପଲି ଗ୍ରାମ ନିକଟରେ ପ୍ରବାହିତ ପୋଟେରୁ ନଦୀରେ ଏକ ମୃତଦେହ ଠାବ ହୋଇଛି ।   ତାମାନପଲ୍ଲିର କେତେକ ଲୋକ ନଦୀରେ ଗାଧେଇବାକୁ ଯାଇଥିବା ବେଳେ ଏହି ମୃତଦେହ ଭାସୁଥିବା ଦେଖୁବାକୁ ପାଇ ସଙ୍ଗେ ସଙ୍ଗେ ଏମଭି 79 ଥାନା କୁ ଖବର ଦେଇଥିଲେ। ଖବର ପାଇ ଏମଭି – ୭୯ ଥାନା ରୁ ASI ନବୀନ ଚନ୍ଦ୍ର ପୂଜାରୀ ସହିତ ହାବିଲଦାର ଶଙ୍କର ଦାସ, କନେଷ୍ଟବଳ ସୋମନାଥ ମାଡକାମୀ ଏବଂ ଗୃହରକ୍ଷୀ ମିଥୁନ ପାଳ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ ମୃତଦେହଟି ସେଠାରୁ ପ୍ରାୟ ୩ କ.ମି. ଦୂରକୁ ଭାସିଯାଇଥିଲା । ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ପରେ ଏହି ଦୃଗନ୍ଧ ହେଉଥିବା ଅଜଣା ଶବ ଟିକୁ ଏମଭି 79 ପୋଲିସ ନିଜ କାନ୍ଧରେ ନଦୀ ଠାରୁ ପ୍ରାୟ 3 କିଲୋମିଟର ବୋହି ଏମଭି 112 ଗ୍ରାମ ନିକଟକୁ ଆଣିଥିଲେ ।ପରେ ଏକ ଅଟୋ ଯୋଗେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ସେଠାରେ ବ୍ୟବଚ୍ଛେଦ କରି ମାଲକାନଗିରି ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ସବାଗାର ରେ  ରଖାଯାଇଛି ବୋଲି ଜଣା ପଡ଼ିଛି ।ବର୍ତ୍ତମାନ ଯାଏ ମୃତଦେହର ପରିଚୟ ମିଳିପାରି ନାହିଁ ଏବଂ ତଦନ୍ତ ଜାରୀରହିଛି ଏବଂ ଯାହାର ନିଜ ଆତ୍ମୀୟ ଲୋକଙ୍କ ହଜିଥିବା ତାହାହେଲେ ନିକଟସ୍ଥ ଥାନା ଯୋଗା ଯୋଗ କରି ଶବ ଟିକି ଚିନ୍ହଟ କରି ନେଇଯିବେ ବୋଲି  ଏମଭି 79 ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.