ସମଗ୍ର ଦେଶରୁ ବିଦାୟ ନେଲା ମୌସୁମୀ ବାୟୁ

add-all

ନୂଆଦିଲ୍ଲି: ସମଗ୍ର ଦେଶରୁ ବିଦାୟ ନେଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରବିବାର ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ଚଳିତ ବର୍ଷ ମୌସୁମୀଜନିତ ସ୍ୱଭାବିକଠାରୁ ଅଧିକ ବର୍ଷା ହୋଇଛି। ସେପ୍ଟମ୍ବର ୨୯ରୁ ରାଜଧାନୀ ଦିଲ୍ଲୀରୁ ମୌସୁମୀ ବିଦାୟ ନେଇଥିଲା। କେବଳ ସେପ୍ଟେମ୍ବର ମାସରେ ଉତ୍ତର ଏବଂ ଉତ୍ତର ପୂର୍ବାଞ୍ଚଳରେ ୬ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ଆକଳନ କରିଛି। ଯାହା ଉତ୍ତରପ୍ରଦେଶ, ବିହାର ଏବଂ ଝାଡଖଣ୍ଡରେ ନିଅଣ୍ଟ ହ୍ରାସ କରିବାରେ ସହାୟକ ହୋଇଛି।
ସାଧାରଣତଃ ଅକ୍ଟୋବରର ଦ୍ୱିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମଗ୍ର ଉତ୍ତର-ପଶ୍ଚିମ, ଉତ୍ତର ଏବଂ ଇଣ୍ଡୋ-ଗାଙ୍ଗେଟିକ୍ ସମତଳର ଅନେକ ଅଂଶରୁ ଦୂରେଇ ଯାଇଥାଏ। ଏହା ପୂର୍ବରୁ ଓଡ଼ିଶାରୁ ଅକ୍ଟୋବର ୨୧ରୁ ରାଜ୍ୟରୁ ସମ୍ପୂର୍ଣ୍ଣ ବିଦାୟ ନେଲା ମୌସୁମୀ। ଦକ୍ଷିଣ ପଶ୍ଚିମ ମୌସୁମୀ ବିଦାୟ ନେଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.