ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଚାପୁଡ଼ା ମାରିଲେ ମନ୍ତ୍ରୀ

add-all

ବେଙ୍ଗାଲୁରୁ: ରାଗିଗଲେ ମନ୍ତ୍ରୀ। ଦେଖାଇଲେ ଦବଙ୍ଗଗିରି। ଗୁହାରି କହିବାକୁ ଆସିଥିବା ମହିଳାଙ୍କୁ ସମସ୍ତଙ୍କ ସାମ୍ନାରେ ମାରିଲେ ଚାପୁଡା। କର୍ଣ୍ଣାଟକର ଚାମରାଜ ନଗରରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଶନିବାର ଦିନ ଚାମରାଜ ନଗର ଜିଲ୍ଲାର ହଙ୍ଗଲା ଗାଁର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କର୍ଣ୍ଣାଟକର ଗୃହ ଓ ଭିତ୍ତିଭୂମି ବିକାଶ ମନ୍ତ୍ରୀ ଭି.ସୋମନ୍ନା ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ପାଖାପାଖି ୨୦୦ ଗାଁ ଲୋକଙ୍କୁ ଜମି ମାଲିକାନା ବାଣ୍ଟିଥିଲେ।

ଏହି କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ ସୋମନ୍ନାଙ୍କୁ ସାଢ଼େ ୩ଟାରେ ପହଞ୍ଚିବାର ଥିଲା। କିନ୍ତୁ ସେ ୨ ଘଣ୍ଟା ବିଳମ୍ବରେ ପହଞ୍ଚିଥିଲେ। ୧୭୫ ଜଣଙ୍କୁ ଜମି ମାଲିକାନା କାଗଜପତ୍ର ବାଣ୍ଟିଥିଲେ। କିନ୍ତୁ ଏହାରି ଭିତରେ ଜଣେ ମହିଳା ତାଙ୍କୁ ଜମି ମାଲିକାନା କାଗଜପତ୍ର ମିଳିନଥିବା ନେଇ ବିରୋଧ କରିଥିଲେ। ସେ ମନ୍ତ୍ରୀଙ୍କ ପାଖକୁ ଆସି ନିଜ ଗୁହାରି କହିଥିଲେ।

ଏହି ସମୟରେ ମନ୍ତ୍ରୀ ସୋମନ୍ନା ତାଙ୍କୁ ଜୋର୍‌ରେ ଏକ ଚାପୁଡା ମାରିଦେଇଥିଲେ। ଏହା ସତ୍ତ୍ୱେ ବି ମହିଳା ଜଣକ ମନ୍ତ୍ରୀଙ୍କ ଗୋଡ ତଳେ ପଡି ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ନେଇଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମନ୍ତ୍ରୀ ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିଥିବା ଜଣାପଡିଛି।

ad-week
Leave A Reply

Your email address will not be published.