ମା ମହୁରୀକାଳୁଆ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ

add-all

ହିଞ୍ଜିଳିକାଟୁ ୨୩/୧୦ କାର୍ତ୍ତିକ ମାସ ଶୁକ୍ଳ ସପ୍ତମୀ ୩୧ ରିଖ ସୋମବାର ଆରମ୍ଭ ହୋଇ ୭।୧୧ ସୋମବାର ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ଗ୍ରାମରେ ମାଁ ମହୁରୀ କାଳୁଆ ଙ୍କ ଯାତ୍ରା ଅନୁଷ୍ଠିତ ହେବ। ।ମାଁ ଦୁର୍ଗତିନାଶିନୀ ମାଁ ମହୁରୀକାଳୁଆ ଙ୍କ ଯାତ୍ରା ଅବସରରେ ରବିଵାର ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ଗ୍ରାମବାସୀ ଦ୍ୱାରା ମାଁ ଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି । ପୁରୋହିତ ତପନ କୂମାର ପାତି ପୁରୋହିତ କାର୍ଯ୍ୟ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମ ରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ,ଯାତ୍ରାକମିଟି ସଭାପତି ନିଳମଣୀ ପଟ୍ଟନାୟକ, ସନାତନ ନାହାକ, ଯୁଧିଷ୍ଠିର ସ୍ଵାଇଁ,ଗ୍ରାମ ସଭାପତି ଉମାଚରଣ ପାଢି, ଯୋଗେନ୍ଦ୍ର ଖାଡଗାଂ, ସଦାନନ୍ଦ ସେଠି, ଶ୍ୟାମଘନ ଵେହେରା,କାହ୍ନୁ ସେଠି, ସୁନିଳ ନାହାକ ଙ୍କ ସହ ଗ୍ରାମବାସୀ , ଆଦି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ତୁଲାଇଥିଲେ ।

ad-week
Leave A Reply

Your email address will not be published.