ଭାରତ ବିଜୟୀ ପରେ ହିଞ୍ଜିଳିକାଟୁ ରେ ଖୁସିର ଲହରୀ

add-all

ହିଞ୍ଜିଳିକାଟୁ ୨୩।୧୦ : ବିଶ୍ୱକପ,ଏସିଆ କପ୍, କିମ୍ବା ଟି -୨୦ ଯେତେବେଳେ ବି ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହୁଏ, ଉଭୟ ଦେଶରେ ବାତାବରଣ ଦେଖିବାରେ ବହୁତ ମଜା ଆସିଥାଏ । ପ୍ରତ୍ୟେକ କ୍ରିକେଟ୍ ପ୍ରେମୀ ଅନ୍ୟ ଦେଶର ଦଳକୁ ପରାସ୍ତ କରିବାକୁ ପ୍ରାର୍ଥନା କରନ୍ତି । ବର୍ତ୍ତମାନ ମେଲବର୍ଣ୍ଣ ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚ୍‌ରେ ଆଜି ପାକିସ୍ତାନକୁ ୪ ୱିକେଟରେ ହରାଇ ଭାରତ ବିଜୟୀ ହୋଇଛି। ମ୍ୟାଚ୍‌ ଖୁବ୍ ରୋମାଞ୍ଚକର ହୋଇଥିଲା। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା। ପରେ ଭାରତୀୟ ଟିମ୍ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୧୬୦ ରନ୍ କରି ନେଇଥିଲା।ପାକିସ୍ତାନ ବିପକ୍ଷରେ ବିଜୟକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇଛି। ଦୀପାବଳି ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀ ଏହି ବିଜୟକୁ ନେଇ ଉତ୍ସବ ପାଳନ କରିଛନ୍ତି ହିଂଜିଳିକାଟୁ ଯୁବଗୋଷ୍ଠୀ। ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିଷରରେ ବାଣ ଫୁଟାଇବାସହ ମିଠା ବାଣ୍ଟିଥିଲେ। ଏହି ଖୁସିରେ ସମିର ବେହେରା, ମଣ୍ଟୁ ପଟ୍ଟନାୟକ, କେଶବ ମହାରଣା, ପ୍ୟାରୀ ମୋହନ ପାଢି, କାଉନସିଲର ବିଭୁ ପ୍ରସାଦ ପଣ୍ଡା, ପ୍ରଭାତ ମହାରଣା, ନିଳମଣୀ ପଟ୍ଟନାୟକ ଙ୍କ ସହ ବହୂ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.