ଦିଲ୍ଲୀରେ ଫୁଟିଲା ବାଣ; ବଢ଼ିଲା ପ୍ରଦୂଷଣ, ବିଗିଡ଼ିଲା ବାୟୁର ମାନ

add-all

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିଥିବା ବେଳେ ଲୋକେ ତାହାକୁ ଅମାନ୍ୟ କରିଛନ୍ତି। ଲୋକେ ପ୍ରତିବନ୍ଧକକୁ ନମାନି ଖାଲି ବାଣ ଫୁଟାଇ ନାହାନ୍ତି ବରଂ ଖୁବ୍‌ ଶବ୍ଦ କରୁଥିବା ବାଣ ସବୁ ମାରିଛନ୍ତି। ଯାହା ଦ୍ବାରା ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ ହେବା ସହ ବାୟୁ ପ୍ରଦୂଷଣ ହୋଇ ପରିବେଶ ଭୀଷଣ ଭାବେ ପ୍ରଦୂଷିତ ହୋଇଛି।
ଦିଲ୍ଳୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ ଯେ ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ଜେଲ୍‌ରେ ରହିବା ସହ ୨୦୦ ଟଙ୍କା ଜରିମାନା ଦେବାକୁ ହେବ। ମାତ୍ର ଏହି କଥାକୁ କେହି ବି ଖାତିର କରିନଥିଲେ। ରାତି ବଢ଼ିବା ସଙ୍ଗେ ସଙ୍ଗେ ବାଣ ଶବ୍ଦ ବି ତୀବ୍ର ହୋଇ ଚାଲିଲା। ସହରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗିବା ସତ୍ତ୍ବେ ବି ସଂଧ୍ୟା ହେବା କ୍ଷଣି ଦକ୍ଷିଣ ଦିଲ୍ଳୀରୁ ନେଇ ଉତ୍ତର-ପୂର୍ବ ଏବଂ ପଶ୍ଚିମ ଦିଲ୍ଲୀ ସମେତ ସହରର ବିଭିନ୍ନ ଅଞ୍ଚଳରେ ଲୋକେ ବାଣ ମାରିବା ଆରମ୍ଭ କରି ଦେଇଥିଲେ।

ସୋମବାର ଦେଶର ବିଭିନ୍ନ ସ୍ଥାନରେ ଦୀପାବଳି ପାଳନ ହୋଇଥିବା ବେଳେ ଏହି ଦିନ ବାଣ ଫୁଟାଇବାର ନିୟମ ରହିଥିବାରୁ ବିଭିନ୍ନ ଅଞ୍ଚଳରେ ଜୋର୍‌ଦାର ବାଣ ଫୁଟିଥିଲା। ମାତ୍ର ଦିଲ୍ଲୀର ପ୍ରଦୂଷଣ ସବୁଠାରୁ ଅଧିକ ଥିବାରୁ ପରିବେଶ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। ଦିଲ୍ଲୀରେ ଗତକାଲି ବାଣ ଫୁଟିବା ପରେ ସହରର ବାୟୁ ଗୁଣବତ୍ତା ସୂଚକାଂକ (ଏକ୍ୟୁଆଇ) ୩୧୨ରେ ପହଞ୍ଚିଛି।

ad-week
Leave A Reply

Your email address will not be published.