ବୁଗୁଡ଼ାରେ କାଳୀ ଓ ଗୋଲିଆରେ ଶ୍ୟାମାକାଳୀ ପୂଜା ଉତ୍ସବ

add-all

ବୁଗୁଡ଼ା : ଆଲୋକର ପର୍ବ ଦୀପାବଳି ଅବସରରେ ସ୍ଥାନୀୟ ମଦନ ମୋହନ ଛକରେ ସମ୍ପୃକୁ ପୂଜା କମିଟି ପକ୍ଷରୁ ମା କାଳୀଙ୍କ ପୂଜା ଯଥା ରୀତିନୀତି ପ୍ରକାରେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ପ୍ରାଣ ପ୍ରତିଷ୍ଠା, ଷୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ, ଆଳତି, ପୁଷ୍ପାଞ୍ଜଳି ଆଦି କାର୍ଯ୍ୟ ପୁରୋହିତ ବୈଷ୍ଣବ ଚରଣ ଦାଶ , ରାଧାକାନ୍ତ ଦାଶ ଓ ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା ବେଳେ ସୁଧାଂଶୁ ଶେଖର ପାଢ଼ୀ ସସ୍ତ୍ରୀକ ହୋମ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । କମିଟି ସଭାପତି ଚିତ୍ରସେନ ପ୍ରଧାନ ଏବଂ ମନୋରଞ୍ଜନ ଦାଶଙ୍କ ତତ୍ତ୍ବାବଧାନରେ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥୁଲା ବେଳେ ଆସନ୍ତା ୩୦ ତାରିଖରେ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ପ୍ରକାଶ ପାଇଛି ।
ସେହିପରି ନିକଟସ୍ଥ ଗୋଲିଆ ଗ୍ରାମରେ ଲଙ୍ଗଳେଶ୍ବର ପାଠାଗାର ତରଫରୁ ଗ୍ରାମବାସୀଙ୍କ ସହଯୋଗରେ ମା’ ଶ୍ୟାମାକାଳୀଙ୍କ ପୂଜା ଯଥାବିଧି ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ପୂଜା ଉପଲକ୍ଷେ ରବିବାର ଦିନ କଳସ ଯାତ୍ରା ସହ ମଣ୍ଡପ ଠାରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ହେଇଥିଲା । ମା’ଙ୍କ ପୂଜା କାର୍ଯ୍ୟରେ ପୁରୋହିତ ଭାବେ ଗୋଦାବରୀଶ ହୋତା, ଉମା ତନୟ ହୋତା, ଶଶାଙ୍କ ଭୂଷଣ ହୋତା, ସୁକାନ୍ତ କୁମାର ରଥ ପ୍ରମୁଖ ଯୋଗଦେଇ ହୋମ, ଚଣ୍ଡୀ ପାଠ ଆଦି କାର୍ଯ୍ୟ ସମ୍ପାଦନ କରିଥିବା ବେଳେ କୃଷ୍ଣ ଚନ୍ଦ୍ର ସାହୁ ସପତ୍ନୀକ ହୋମ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ପାଠାଗାର ସମ୍ପାଦକ ମାନସ ରଞ୍ଜନ ପ୍ରଧାନ ଓ ସହ-ସଂପାଦକ ପବିତ୍ର ପ୍ରଧାନଙ୍କ ତତ୍ତ୍ବାବଧାନରେ ଉତ୍ସବ ପରିଚାଳିତ ହୋଇଥିଲା। ପୂଜା ମଣ୍ଡପରେ ମା’ଙ୍କ ରହଣି କାଳରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଆସନ୍ତା ୩୧ ତାରିଖରେ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.