ଆସାମରେ ସିତ୍ରାଙ୍ଗର ତାଣ୍ଡବ, ୮୩ ଗାଁ ପ୍ରଭାବିତ

add-all

ଦିସପୁର: ବାଂଲାଦେଶ ପରେ ଆସାମରେ ବାତ୍ୟା ସିତ୍ରାଙ୍ଗର ତାଣ୍ଡବ। ପ୍ରବଳ ବର୍ଷା ଓ ପବନ ଯୋଗୁଁ ୮୩ଟି ଗାଁ ପ୍ରଭାବିତ ହୋଇଛି । ଘର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ହଇରାଣ ହେଉଛନ୍ତି ଲୋକେ। ପ୍ରବଳ ବର୍ଷା ପବନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ଏକପ୍ରକାର ଠପ୍ ହୋଇଯାଇଛି।

ରାଜ୍ୟର ନାଗାଁଓ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏଠାକାର କାଳିଆବୋର, ବାମୁନି, ସକମୁଥିଆ, ଚା ବଗିଚା, ବୋରଲି ଗାଁ ଅଞ୍ଚଳର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ବାତ୍ୟା ଯୋଗୁଁ କେହିି ମୃତାହତ ହୋଇନଥିବା ଜଣାପଡିଛି ।
ପାଣିପାଗ ବିଭାଗ ୪ ଉତ୍ତର ପୂର୍ବ ରାଜ୍ୟ ପାଇଁ ରେଡ୍‌ ଆଲର୍ଟ ଜାରି କରିଛି। ଉଦ୍ଧାରକାରୀ ଟିମ୍ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି। ପାଣିପାଗ ବିଭାଗ ସୂଚନା ମୁତାବିକ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସେପଟେ ବାତ୍ୟା ସିତ୍ରାଙ୍ଗ ଯୋଗୁଁ ପୂର୍ବୋତ୍ତର ରାଜ୍ୟର ଅନେକ ବିମାନ ଉଡାଣ ଓ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି। ଯେ କୌଣସି ପ୍ରକାରର ଘଟଣାର ମୁକାବିଲା ପାଇଁ ରେଳବାଇ ମଧ୍ୟ ସତର୍କ ରହିଛି। ମଙ୍ଗଳବାର ବର୍ଷା ପରେ ଗୁଆହାଟୀରେ ରାସ୍ତାଗୁଡ଼ିକ ବୁଡ଼ି ଯାଇଥିଲା। ବାତ୍ୟାର ପ୍ରଭାବ ତ୍ରିପୁରା, ଅରୁଣାଚଳ ପ୍ରଦେଶ, ମିଜୋରାମ, ମଣିପୁର ଏବଂ ନାଗାଲାଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି ।

ad-week
Leave A Reply

Your email address will not be published.