ଅଖିଳେଶ ଯାଦବଙ୍କୁ ପ୍ରମାଣ ମାଗିଲେ ନିର୍ବାଚନ କମିଶନ

add-all

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭୋଟର ତାଲିକାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏକ ସଙ୍ଗିନ୍‌ ଅଭିଯୋଗ ଆଣିବା ପରେ ନିର୍ବାଚନ କମିଶନ ପ୍ରମାଣ ମାଗିଛନ୍ତି। ଅଖିଳେଶ ଯାଦବ ଅଭିଯୋଗ କରିଥିଲେ ଯେ, ଭୋଟର ତାଲିକାରୁ ୨୦,୦୦୦ ମୁସଲିମ ଏବଂ ଯାଦବ ଭୋଟରଙ୍କ ନାମ ଉଡ଼ାଇ ଦିଆଯାଇଛି। ଅଖିଳେଶଙ୍କ ଏହି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିଶନ ତାଙ୍କୁ ନୋଟିସ୍‌ କରି ପ୍ରମାଣ ଦେବାକୁ କହିଛନ୍ତି।


ଗତ ମାସରେ ଅଖିଳେଶ ଅଭିଯୋଗ କରିଥିଲେ ଯେ, ନିର୍ବାଆଚନ କମିଶନ ଜାଣିଶୁଣି ଭୋଟାର ତାଲିକା ସଂଖ୍ୟା ହ୍ରାସ କରୁଛନ୍ତି। କମିଶନଙ୍କ ଟାର୍ଗେଟରେ ଅଛନ୍ତି ଯାଦବ ଏବଂ ମୁସଲିମ ଭୋଟର। ବିଜେପି ସମର୍ଥନରେ ଥିବା କମିଶନ ପ୍ରତି ବିଧାନସଭା ଆସନରୁ ପ୍ରାୟ ୨୦,୦୦୦ ଯାଦବ ଏବଂ ମୁସଲିମ ଭୋଟରଙ୍କ ସଂଖ୍ୟା ହଟାଇ ଦେଇଛନ୍ତି। ଏହାର ପ୍ରମାଣ ମଧ୍ୟ ମିଳିଛି। ସେଥିରୁ ଜଣାପଡ଼ିଥିଲା ଯେ, ତାଲିକାରେ ବହୁ ଭୋଟରଙ୍କ ନାମ ନାହିଁ। ଏବେ ନିର୍ବାଚନ କମିଶନ ଅଖିଳେଶ ଯାଦବଙ୍କୁ ନୋଟିସ କରିଛନ୍ତି। ସେ ଆଣିଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ କମିଶନ କହିଛନ୍ତି। ନଭେମ୍ବର ୧୦ରେ ଏହାର ରିପୋର୍ଟ ଦେବାକୁ କମିଶନ କହିଛନ୍ତି।

ad-week
Leave A Reply

Your email address will not be published.