୭ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛୁ, ଭାରତ ବାର୍ଷିକ କମେଇଛି ୬,୮୦୦  କୋଟି ଟଙ୍କା : ୟୁ-ଟ୍ୟୁବ୍‌

add-all

ନୂଆଦିଲ୍ଲୀ: ଭାରତୀୟମାନଙ୍କ ପାଇଁ ରୋଜଗାରର ପ୍ରମୁଖ ପନ୍ଥା ପାଲଟିଛି ସୋଶାଲ ମିଡିଆ ୟୁ-ଟ୍ୟୁବ୍‌ ପ୍ଲାଟଫର୍ମ। ଘରେ ବସି କଣ୍ଟେଣ୍ଟ ଜରିଆରେ ମାଲେମାଲ ହେଉଛନ୍ତି ବହୁ ୟୁଜର। ଫଳରେ କୌଣସି ଚାକିରି ପଛରେ ନଗୋଡ଼ାଇ ନିଜେ ସ୍ୱାବଲମ୍ବୀ ମଧ୍ୟ ହୋଇପାରିଛନ୍ତି। ବହୁ ଲୋକଙ୍କ ଅର୍ଥ ଉପାର୍ଜନ କରିବାର ମାଧ୍ୟମ ପାଲଟିଥିବା ଏହି ସୋଶାଲ ମିଡିଆକୁ ନେଇ ଖୋଦ୍‌ ୟୁଟ୍ୟୁବ୍‌ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଜାରି କରିଛି। କମ୍ପାନୀ କହିଛି ଯେ, ବର୍ଷକୁ ଭାରତର ଜିଡିପିରେ କେବଳ ୟୁଟ୍ୟୁବର ରହିଛି ୬,୮୦୦ କୋଟି ଟଙ୍କା। ସେତିକି ନୁହଁ ବାର୍ଷିକ ୭ ଲକ୍ଷ ଚାକିରି ନିଯୁକ୍ତି ସୃଷ୍ଟି କରିବାରେ ଏହି କମ୍ପାନୀ ସକ୍ଷମ ହୋଇଥିବା କହିଛି।
ୟୁଟ୍ୟୁବ ଚିଫ ପ୍ରଡକ୍ଟ ଅଫିସର ନିଲ ମୋହନ କହିଛନ୍ତି ଯେ, ଭାରତୀ ଅର୍ଥନୀତି ପ୍ରଗତିରେ ୟୁଟ୍ୟୁବର ଏକ ପ୍ରମୁଖ ଭାଗିଦାରି ରହିଛି। ଏହି ୟୁଟ୍ୟୁବ ଦ୍ୱାରା ବାର୍ଷିକ ୬୮,୦୦୦ କୋଟି ଟଙ୍କା ଭାରତୀୟ ଆର୍ଥିକ ମୁଣିରେ ପଡ଼ୁଥିବା ବେଳେ ୭ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇ ପାରୁଛି। ଟେକ୍ନୋଲୋଜି, ଇନୋଭେସନ୍ ଏବଂ ସୋସାଇଟି ଉପରେ ଏକ ଆଲୋଚନାଚକ୍ରରେ ନିଲ ମୋହନ ଯୋଗ ଦେଇ ଏହା କହିଛନ୍ତି। ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ୍‌(ଓଆରଏଫ) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |
ସେ କହିଛନ୍ତି ଯେ ୟୁଟ୍ୟୁବ କେବଳ ଅଡ଼ିଏନ୍ସ ତିଆରି କରିନି ବରଂ ବ୍ୟବସାୟ ପାଇଁ ଆର୍ଥିକ ଉତ୍ସର ମାଧ୍ୟମ ହୋଇପାରିଛି । ଏହି ସୋଶାଲ ମିଡିଆ ପ୍ଲାଟଫର୍ମରେ ସବୁପ୍ରକାର ବ୍ୟବସାୟ ତଥା ଛୋଟ ବ୍ୟବସାୟ ପାଇଁ ଏକ ବଡ଼ ଦିଗ ଦେଖାଇଛି। ଏଥିରେ ବିଜ୍ଞାପନ ମଧ୍ୟ ଅର୍ଥ ଉପାର୍ଜନର ଏକ ପ୍ରମୁଖ ଅଂଶବିଶେଷ । ଆମ ପାଖରେ ଭାରତର ସମସ୍ତ ଭାଷାର କଣ୍ଟେଣ୍ଟ ତଥା ଲିଙ୍ଗଗତ ବିଭିଧତାର ଉପଲବ୍ଧ ହୋଇଛି। ଉଦ୍ୟକ୍ତାମାନେ ସଫଳ ମଧ୍ୟ ହୋଇଛନ୍ତି। ସାରା ଭାରତରେ ୟୁଟ୍ୟୁବରେ କଣ୍ଟେଣ୍ଟ କ୍ରିଏଟର ରହିଛନ୍ତି। ସମ୍ମୁଚିତ ବିକାଶ ଏବଂ ବିବିଧତରାକୁ ପ୍ରାଧାନ୍ୟ ଦେବା ଆମର ପ୍ରକୃତ ଲକ୍ଷ। ସେ କହିଛନ୍ତି ଯେ, ଏହି ପ୍ଲାଟଫର୍ମ ଭୁଲ ତଥ୍ୟ ବିସ୍ତାର କରିବାରେ ବ୍ୟବହୃତ ହେଉନାହିଁ କି ନାହିଁ ତାହା ନିଶ୍ଚିତ କରିବା ସରକାର ଏବଂ ୟୁଟ୍ୟୁବ ଉପରେ ଦାୟିତ୍ୱ ରହିଛି।

ad-week
Leave A Reply

Your email address will not be published.