ଚଳନ୍ତା ବସରୁ ଖସି ଯୁବକ ଆହତ

add-all


ବୁଗୁଡ଼ା : ଚଳନ୍ତା ବସରେ ଚଢିବାକୁ ଯାଇ ଖସି ପଡିବାରୁ ଜନୈକ ଯୁବକ ଆହତ ଅବସ୍ଥାରେ ବୁଗୁଡା ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଆହତ ଯୁବକ ଜଣକ ବୁଗୁଡ଼ା ଥାନା ଅନ୍ତର୍ଗତ ବି.ବ୍ରହ୍ମପୁର ଗ୍ରାମର ପ୍ରଫୁଲ୍ଲ ଗୋଡ (୪୨) । ପ୍ରକାଶ ଯେ , ଆଜି ରାତି ୮ଟା ବେଳେ ଶ୍ରୀକ୍ରିଷ୍ଣା ବସ୍ ଭୁବନେଶ୍ବରରୁ ଆସି ବୁଗୁଡ଼ା ବସଷ୍ଟାଣ୍ଡରେ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ହାଇସ୍କୁଲ ଛକ ବୁଲାଣି ରାସ୍ତାରେ ଗାଡି ଅତି ଧିର ଗତିରେ ଯାଉଥିବା ବେଳେ ପ୍ରଫୁଲ୍ଲକୁ ଗାଡିର ହେଲପର୍ ମନା କରୁଥିବା ସତ୍ତ୍ୱେ ସେ ଗାଡିରେ ଚଢିବାକୁ ଉଦ୍ୟମ କରି ଖସି ପଡିଥିଲେ । ଫଳରେ ତାଙ୍କର ବାମ ଗୋଡ ପେଣ୍ଡାରୁ ଚେକାଏ ମାଂସ ବାହାରି ପଡି ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ସେଠାରୁ ଆହତ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ ।

ad-week
Leave A Reply

Your email address will not be published.