ବିପୁଳ ପରିମାଣର ଗଞ୍ଜେଇ ଜବତ ଜଣେ ଚୋରା ଚାଲାଣକାରୀ ଗିରଫ

add-all

ଚିତ୍ରକୋଣ୍ଡା (୨୬/୧୦) : ମାଲକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ଏସାର ଛକ, ବଡପଦର, ପବ୍ଲିଗୁଡା ମୁଖ୍ୟ ରାସ୍ତାରେ ଏସାର ଛକ ନିକଟରୁ ପୋଲିସ 151 କେଜି 700 ଗ୍ରାମ ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି। ସୂଚନା ଅନୁଯାୟୀ ଗତ 26 ତାରିଖ ରାତ୍ରି 12 ଟା 45 ମିନିଟ ସମୟରେ ଚିତ୍ରକୁଣ୍ଡା ଥାନା ଏଏସଆଇ ସର୍ବେଶ୍ୱର ଭୋଇ ଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସ ର ଏକ ଟିମ ରାତି 12.45ଟା ସମୟରେ ଚିତ୍ରକୋଣ୍ଡା, ଗୋଜିଆଗୁଡା, ଏ ସାର ଛକ, ପବ୍ଲିଗୁଡା ଓ ବଡପଦର ଅଞ୍ଚଳରେ ପେଟ୍ରୋଲିଂ ଓ ଯାନବାହନ ଯାଞ୍ଚ କରୁଥିବା ବେଳେ ଦାରାକୋଣ୍ଡା ଆଡୁ ଆସୁଥିବା ଏକ ହିରୋ ଗ୍ଲାମର ଗାଡି ନଂ ଓ ଡି 30 4322 ମୋଟର ସାଇକେଲରେ ଆସୁଥିବା ଜଣଙ୍କୁ ସନ୍ଦେହ ରେ ଅଟକାଇ ମୋଟର ସାଇକେଲର କାଗଜପତ୍ର ଯାଞ୍ଚ କରିବା ସମୟରେ ପଛରେ ଆସୁଥିବା ଏକ ଗଞ୍ଜେଇ ଭର୍ତ୍ତି ଏକ ବାଜାଜ ଅଟୋ ଗାଡି ନଂ AP 31 T4 5878 କୁ ପେଟ୍ରୋଲିଂ କରି ଆଣୁଥିବା ସ୍ୱୀକାର କରିଥିଲେ । ଦ୍ରୁତ ଗତିରେ ପଛରେ ଆସୁଥିବା ଉକ୍ତ ବାଜାଜ ଅଟୋ ଗାଡିକୁ ପୋଲିସ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଦୂରରୁ ପୋଲିସ କୁ ଦେଖି ଗାଡ଼ିରେ ବସିଥିବା ଗାଡି ଚାଲାକ ସମେତ ଅନ୍ୟ ମାନେ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ଆଡକୁ ଦୌଡ଼ି ପଳେଇବା ସମୟରେ ପୋଲିସ ଜଣ କୁ କାବୁ କରିବାରେ ସକ୍ଷମ ହୋଇଥିଲା । ଗାଡିଟି କୁ ଯାଞ୍ଚ କରିବା ପରେ ସେଥିରେ 6 ଟି ଜରି ପ୍ୟାକେଟ ରେ ଗଂଜେଇ ଭର୍ତ୍ତି ହୋଇ ରହିଥିବା ଜଣାପଡିଥିଲା। ଚିତ୍ରକୁଣ୍ଡା ପୋଲିସ ଘଟଣା ସ୍ଥଳରୁ ଗଂଜେଇ ବୋଝେଇ ଅଟୋ ଗାଡି , ବାଇକ ଓ ଜଣକୁ କୁ ଗିରଫ କରି ଥାନା କୁ ଆଣିଥିଲା। ଜବତ ଗଞ୍ଜେଇ କୁ ଓଜନ କରାଯିବା ପରେ ତାହା 151 କେଜି 700 ଗ୍ରାମ ଥିବା ଜଣାପଡିଥିଲା। ଜବତ ଗଞ୍ଜେଇ ର ଆନୁମାନିକ ମୁଲ୍ୟ 12 ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି। ଜବତ ଗଞ୍ଜେଇ ଦାରାକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ ରାଜ୍ୟ ମଚି଼ମପୁଟ କୁ ଚାଲାଣ ହେଉ ଥିଲା ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଚିତ୍ରକୁଣ୍ଡା ଥାନା କେଶ ନଂ 145/22 ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇ ଗଂଜେଇ ଚୋରାଚାଳନ ଅଭିଯୋଗ ରେ ଆନ୍ଧ୍ର ପ୍ରଦେଶ ସିଲେରୁ ଥାନା ଅନ୍ତର୍ଭୁକ୍ତ ଖିଲୋ ପୁରୁଶୁତି, ବୟସ 35 ଙ୍କୁ ଗଂଜେଇ ଚୋରାଚାଳନ ଅଭିଯୋଗ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୁଣ୍ଡା ଥାନା ଅଧିକାରୀ ଅନିଲ କୁମାର ପରିଡା ଗଣ ମାଧ୍ୟମ ପ୍ରତିନିଧିଙ୍କୁ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.