ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ଓଡିଶା ପୁଲିସ ଏବଂ ଗୁଇନ୍ଦା ବିଭାଗ ତରଫରୁ ଜାରି ହୋଇଛି ପୋଷ୍ଟର

add-all

ଚିତ୍ରକୋଣ୍ଡା (୨୬/୧୦) : ଆନ୍ଧ୍ର ଓଡିଶା ସୀମାନ୍ତ ଆଦିବାସୀ ବହୁଳଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସୀମାନ୍ତ ଅଞ୍ଚଳରୁ ସମ୍ପୂର୍ଣ ମାଓବାଦୀ ନିର୍ମୂଳନ କରିବାକୁ ପ୍ରୟାସ l ଦିନ ଥିଲା ଉକ୍ତ ଅଞ୍ଚଳ ରେ ମାଓବାଦୀ ରାଜ କରୁଥିଲେ ତାଙ୍କ ବିନା ଇସାରାରେ ପତ୍ରଟିଏ ବି ହଲୁନଥିଲା | ମାଓଗଡ଼ ରୂପେ ପରିଚିତ ଥିଲା | ହେଲେ ଆଜି ସମୟ ବଦଳି ଯାଇଛି ସରକାର, ଓଡିଶା ପୁଲିସ, ବିଏସଏଫ, ଏସଓଜି, ଡିଭିଫ ତଥା ପ୍ରଶାସନ ର ଉଦ୍ୟମ ଯୋଗୁ ଆଜି ଚିତ୍ରକୋଣ୍ଡା ର ଉପାନ୍ତ, ସ୍ୱାଭିମାନ ଅଞ୍ଚଳରେ ସମ୍ପୂର୍ଣ ମାଓମୁକ୍ତ ହେବାରେ ଲାଗିଛି l ମାତ୍ର ଓଡିଶା ସୀମାନ୍ତ ରାଜ୍ୟ ଅଞ୍ଚଳରୁ କେତେବେଳେ କେମିତି କାଁ ଭାଁ ଉପାନ୍ତ ଦୁର୍ଗମ ଅଞ୍ଚଳ ଦେଇ ଯାତାୟାତ କରୁଥିବା ଓଡିଶା ପୁଲିସ ଗୁଇନ୍ଦା ବିଭାଗ ଜାଣିବାକୁ ପାଇ ତାକୁ ନିର୍ମୁଳେ ରୋକ ଲଗାଇବାକୁ ଚିତ୍ରକୋଣ୍ଡା ସୀମାନ୍ତ, ଉପାନ୍ତ ତଥା ଦୁର୍ଗମ ଅଞ୍ଚଳ ମାନଙ୍କର ବିଭିନ୍ନ ସ୍ଥାନରେ ଓଡିଶା ପୁଲିସ ତଥା ଗୁଇନ୍ଦା ବିଭାଗ ତରଫରୁ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି l ଉକ୍ତ ପୋଷ୍ଟର ରେ ଯଦି ନିଜ ଅଞ୍ଚଳ ମାନଙ୍କରେ ମାଓବାଦୀ ଯାତାୟାତ କରୁଥିବା ଦେଖିବାକୁ ପାଆନ୍ତି ତେବେ ସଙ୍ଗେ ସଙ୍ଗେ ଉକ୍ତ ମୋବାଇଲ ନମ୍ବରରେ ଯଥା-9777651143,7609033666,9437526022,9438377505. ନମ୍ବରରେ ଯୋଗାଯୋଗ କରି ଜଣାଇବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିବା ଉଲେଖ ରହିଛି ଏଥି ସହ ଜଣାଇ ଥିବା ଵ୍ୟକ୍ତି ଙ୍କ ପରିଚୟ ଗୋପନ ରଖାଯାଇ କିଛି ଅର୍ଥ ରାଶି ମଧ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ପୋଷ୍ଟରେ ଲେଖା ଯାଇଥିବା ସୂଚନା ମିଳିଛି l

ad-week
Leave A Reply

Your email address will not be published.