
ମାଲକାନଗିରି,୨୬।୧୦ : ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଞ୍ଚାୟତ ଏମ୍.ଭି. ୯ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଅପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ଗତକାଲି ରାତିରେ ଗୌଡଗୁଡା ପଞ୍ଚାୟତ ଏମ୍.ଭି. ୯ ଗ୍ରାମର ହିରା ଗୋସ୍ୱାମୀ ନାମକ ବୃଦ୍ଧା ଉକ୍ତ ଗ୍ରାମର ଏକ ଆମ୍ବତୋଟା ମଝିରେ ଘର କରି ବସବାସ କରୁଥିଲୋ ତେବେ ଗତକାଲି ରାତିରେ କିଛି ଦୁର୍ବୁତ ଆସି ତାଙ୍କୁ ଘରୁ ଉଠାଇ ନେଇ ଘର ପଛପଟେ ତାଙ୍କୁ ହତ୍ୟା କରି ଜମି ଭିତରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛିା ଏ ସମ୍ବନ୍ଧରେ ତାଙ୍କ ପୁଅ ବିଶ୍ୱଜିତ ଗୋସ୍ୱାମୀ ପ୍ରକାଶ କରିଛନ୍ତି ଯେ, ସେ ଗତକାଲି ରାତିରେ ତାଙ୍କ ମାଙ୍କ ନିକଟକୁ ଯାଇଥିଲୋ ପରେ ତାଙ୍କ ମାଙ୍କ ସହ କଥା ହୋଇ ମା ସୋଇଲା ପରେ ଜମିରେ କାମ ଥିବାରୁ ରାତିରେ ପଳାଇଥିଲୋ ଆଜି ସକାଳେ ସେ ତାଙ୍କ ମାଙ୍କ ନିକଟକୁ ଯିବା ସମୟରେ ତାଙ୍କ ଘର ବାହାରେ ଥିବା ବାଡ ଭାଙ୍ଗି ପଡିଥିବା ଦେଖିବାକୁ ପାଇଥିଲୋ ଫଳରେ ତାଙ୍କୁ ସନ୍ଦେହ ହୋଇ ଘର ଭିତରେ ଦେଖିଲା ବେଳକୁ ତାଙ୍କ ମା ନଥିଲୋ ପରେ ସେ ନିକଟବର୍ତୀ ଅଞ୍ଚଳରେ ବହୁ ଖୋଜାଖୋଜି କଲା ପରେ ମଧ୍ୟ ତାଙ୍କ ମାଙ୍କୁ ପାଇ ନଥିଲୋ କିଛି ସମୟରେ ପରେ ତାଙ୍କ ଘର ପଛପଟେ ଯାଇ ଦେଖିବା ବେଳେ ତାଙ୍କ ମାଙ୍କ ଚାଦର, ଲୁଗା ଇତ୍ୟାଦି ପଡିଥିବା ଦେଖି କିଛି ଆଗକୁ ଗଲା ପରେ ନିକଟସ୍ଥ ଜମିରେ ତାଙ୍କ ମାଙ୍କ ମୃତଦେହ ପଡିଥିବା ଦେଖିଥିଲୋ ପରେ ସେ ମାଲକାନଗିରି ପୋଲିସକୁ ସୁଚନା ଦେଇଥିଲୋ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତିା ତେବେ କେଉଁମାନେ ଏପରି କାମ କରିଛନ୍ତି ଓ କାହିଁକି କରିଛନ୍ତି ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ।