ହସ୍ପିଟାଲରେ ତାନ୍ତ୍ରିକ କରୁଛନ୍ତି ରୋଗୀ ଚିକିତ୍ସା

add-all

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହେବା ଜିଲ୍ଲା ହସ୍ପିଟାଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଜିଲ୍ଲା ହସ୍ପିଟାଲର ଜରୁରୀକାଳିନ ବିଭାଗରେ ଜଣେ ତାନ୍ତ୍ରିକ ରୋଗୀଙ୍କ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଡାକ୍ତରଙ୍କ ବିରୋଧରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, କୁଲପହାଡ ଅନ୍ତର୍ଗତ ଦରିୟାର ସିଂହର ଖୁଡ଼ାରେ ଗୁଲାବ ସିଂହ ବସବାସ କରନ୍ତି। ଗତ ରବିବାର ତାଙ୍କ ୨୨ବର୍ଷର ଝିଅ ସନ୍ଧ୍ୟା ଯାଦବଙ୍କୁ ବିଛା କାମୁଡ଼ି ଦେଇଥିଲା। ଏହାପରେ ଝିଅକୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲକୁ ପରିବାର ଲୋକ ନେଇଥିଲେ। ଏଠାରେ ପୂର୍ବରୁ ଚିତଇୟନ ଗ୍ରାମର ରାମସାସ ବି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କୁ ବି ବିଛା କାମୁଡ଼ି ଥିଲା।
ତେବେ ଡାକ୍ତରଙ୍କ ଚିକିତ୍ସାରେ କୌଣସି ସୁଧାର ଦେଖା ନଯିବାରୁ ପରିବାର ଲୋକ ତାନ୍ତ୍ରିକଙ୍କୁ ହସ୍ପିଟାଲ ଡାକିଥିଲେ। ସେ ପହଞ୍ଚିବା ପରେ ହସ୍ପିଟାଲର ଜରୁରୀକାଳିନ ବିଭାଗରେ ତାନ୍ତ୍ରିକ ସନ୍ଧ୍ୟା ଓ ରାମଦାସଙ୍କୁ ଝଡାଫୁଙ୍କା କରିବା ଆରମ୍ଭ କରି ଦେଇଥିଲେ। ତେବେ ହସ୍ପିଟାଲରେ ଜଣେ କି ୨ଜଣ ନୁହେଁ ୩ଜଣ ତାନ୍ତ୍ରିକ ଥିଲେ। ତେବେ ଖୋଲାଖୋଲି ଭାବେ ହସ୍ପିଟାଲରେ ଏପରି କାମ ଚାଲିଥିବା ବେଳେ ହସ୍ପିଟାଲ ପରିଚାଳକଙ୍କୁ ଏନେଇ କୌଣସି ଖବର ନଥିଲା।

ତେବେ ଝଡ଼ାଫୁଙ୍କା କରୁଥିବା ଗୋରଖା ଗ୍ରାମର ବାସିନ୍ଦା ଲଖନଲାଲ କହିଛନ୍ତି, ତାଙ୍କ ପାଖକୁ ପ୍ରତିଦିନ ଅନେକ ଲୋକ ନିଜ ରୋଗ ଭଲ କରିବାକୁ ଆସିଥାଆନ୍ତି। ସେ ଜିଲ୍ଲା ହସ୍ପିଟାଲରେ ମହିଳା ରୋଗୀଙ୍କ ଚିକିତ୍ସା କରିଛନ୍ତି। ତାଙ୍କର ବିଶ୍ବାସ କି ରୋଗୀ ଶତପ୍ରତିଶତ ସୁସ୍ଥ ହୋଇଯିବେ। ସେହିପରି ଅନ୍ୟ ଜଣେ ତାନ୍ତ୍ରିକ ସନ୍ତୋଷ କୁମାର ପୁଜାରୀ କହିଛନ୍ତି, ଝଡ଼ାଫୁଙ୍କାରେ ଦୁଇଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ଏହାଦ୍ବାରା ତାଙ୍କୁ ଆରାମ ବି ମିଳିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ମହେବା ଜିଲ୍ଲା ହସ୍ପିଟାଲରେ ତାନ୍ତ୍ରିକ ରୋଗୀଙ୍କୁ ଝାଡଫୁଙ୍କା କରୁଥିବା ଘଟଣା ସାମ୍ନାକୁ ଆସିଛି।

ad-week
Leave A Reply

Your email address will not be published.