ଦିଲ୍ଲୀର ପ୍ଲାଷ୍ଟିକ୍‌ କାରଖାନାରେ ନିଆଁ‌; ୨ ମୃତ, ୨୦ ଉଦ୍ଧାର

add-all

ନୂଆଦିଲ୍ଲୀ: ଦିଲ୍ଳୀର ନରେଲା ଅଞ୍ଚଳରେ ମଙ୍ଗଳବାର ଏକ ଭୟାବହ ଅଗ୍ନିକାଣ୍ଡ ହୋଇଯାଇଛି। ଏକ ପ୍ଲାଷ୍ଟିକ୍‌ କାରଖାନାରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି। ପୁଲିସ୍‌ ସୂଚନାରୁ ଜାଣିବାକୁ ମିଳିଛି ଯେ ଏବେ ସୁଦ୍ଧା ୨୦ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଯାଇ ସାରିଲାଣି।

ପ୍ଲାଷ୍ଟିକ୍‌ କରଖାନାର ଦ୍ବିତୀୟ ମହଲାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କିଛଇ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ଆହତ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କ ଶରୀରର ଅଧିକାଂଶ ଅଙ୍ଗ ଜଳିଯାଇଛି।

ପ୍ରାୟ ୧୦ ଜଣ ଲୋକ ଘଟିଥିବା ଅଗ୍ନିକାଣ୍ଡରେ ଫସି ରହିଥିବା ସନ୍ଦେହ କରାଯାଉଛି। ୧୧ଟି ଅଗ୍ନିଶମ ବାହିନୀ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ad-week
Leave A Reply

Your email address will not be published.