
ଉମରକୋଟ : ଉମରକୋଟ ଶ୍ରୀ ମନ୍ଦିରରେ ଦେଖାଗଲା ହଜାର ହଜାର ଭକ୍ତଙ୍କ ସମାଗମ | ପାଳିତ ହେଲା ଅଁଅଳା ନବମୀ ଉତ୍ସବ | ସୂଚନା ମୁତାବକ ଉମରକୋଟ ଶ୍ରୀ ମନ୍ଦିର କମିଟି ଦ୍ୱାରା ପରିଚାଳିତ ଏହି ଉତ୍ସବରେ ଉମରକୋଟର ସମସ୍ତ ହିନ୍ଦୁ ସଂଗଠନ ସହଯୋଗ କରିଥିଲେ | ହଜାର ହଜାର ଭକ୍ତ ଏହି ଉତ୍ସବରେ ଯୋଗଦାନ କରି ସନ୍ଧ୍ୟା ଆରତୀ ସହ ଧୂପ ଦୀପ ଜାଳି ପୁଷ୍ପାଞ୍ଜଳୀ ନିବେଦନ କରିଥିଲେ | ଭକ୍ତ ମାନଙ୍କ ଦ୍ୱାରା ଭଜନ କୀର୍ତନ କରି ମନ୍ଦିର ପ୍ରାଙ୍ଗଣ ଆନନ୍ଦ ଉଲ୍ଲାସରେ ଭରିଯାଇଥିଲେ | ଏହି ଅଁଳା ନବମୀ ଉତ୍ସବରେ ସ୍ଥାନିୟ ସାଂସଦ ଶ୍ରୀ ଯୁକ୍ତ ରମେଶ ମାଝୀ ସହ ବିଭିନ୍ନ ଗଣ୍ୟ ମାନ୍ୟ ବ୍ୟକ୍ତି ଯୋଗଦାନ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ, ଠାକୁରଙ୍କୁ ଲାଗିଥିବା ଛପଣ ଭୋଗ ସମସ୍ତଙ୍କୁ ବଣ୍ଟନ କରାଗଲା, ସମଗ୍ର ସହର ଆନନ୍ଦ ଉଲ୍ଲାସରେ ଭରିଯାଇଥିଲା,ଉପସ୍ଥିତ ଭକ୍ତମାନଙ୍କ କହିବା ଅନୁସାରେ ଏମିତି ଗହଳି ଉମରକୋଟ ଶ୍ରୀ ମନ୍ଦିରରେ ଏହା ପ୍ରଥମ |