ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଗୁଜରାଟରେ ରବିବାର ପ୍ରଥମ ରାଲି କରିବେ ପ୍ରଧାନମନ୍ତ୍ରୀ

add-all

ନୂଆଦିଲ୍ଲୀ: ଡିସେମ୍ବର ୧ ଓ ୫ ତାରିଖ ଦିନ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ଡିସେମ୍ବର ୮ ତାରିଖ ଦିନ ଭୋଟ୍‌ ଗଣନା କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ ରାଜୀବ କୁମାର କହିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତ କରିବେ ବୋଲି ଜଣାପଡ଼ିଛି।

ନିର୍ବାଚନକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟରେ ପ୍ରଥମ ରାଲି କରିବେ ବୋଲି ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ମୋଦୀ ଭାବନଗର, ସୁରେନ୍ଦ୍ରନଗର ଏବଂ ବଲସାଡ ଯିବେ, ସେ ଏଠାରେ ହେବାକୁ ଥିବା ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ।
ଅନ୍ୟପକ୍ଷରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଗୁଜରାଟରେ ଆମେ ଜିତିବୁ ବୋଲି ଘୋଷଣା କରିସାରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ତେବେ ନିର୍ବାଚନ ପରେ କ୍ଷମତା କାହା ହାତକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା।

ଉଲ୍ଲେଖଯୋଗ୍ୟ, ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ରାଜୀବ କୁମାର ମୋର୍‌ବୀ ପୋଲ୍‌ ଭାଙ୍ଗିପଡ଼ିବାଜନିତ ମୃତବ୍ୟକ୍ତିଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଗୁଜରାଟ ରାଜ୍ୟର ୧୮୨ଟି ବିଧାନସଭା ଆସନ ନିମନ୍ତେ ୫୧,୭୮୨ଟି ପୋଲ୍‌ ଷ୍ଟେସନ୍‌ ଗଠନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେଥିରୁ ୧,୨୭୪ଟି ପୋଲ୍‌ ଷ୍ଟେସନ୍‌ ସମ୍ପୂର୍ଣ୍ଣରୂପେ ମହିଳା ପୋଲିଙ୍ଗ୍‌ ଓ ମହିଳା ନିରାପତ୍ତା କର୍ମଚାରୀମାନଙ୍କଦ୍ବାରା ପରିଚାଳିତ ହେବ। ସେହିପରି, ୮୦ ବର୍ଷରୁ ଅଧିକ ବୟସର ଭୋଟ୍‌ଦାତାମାନଙ୍କ ନିମନ୍ତେ ‘ହୋମ୍‌ ଭୋଟିଙ୍ଗ୍‌’ ସୁବିଧା କରାଯିବ ବୋଲି ମଧ୍ୟ ନିର୍ବାଚନ କମିସନର୍‌ କହିଛନ୍ତି।

ad-week
Leave A Reply

Your email address will not be published.