ବାଘୁଆ ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

add-all

ଦାରିଙ୍ଗବାଡ଼ି,୩/୧୧ : ଜଙ୍ଗଲରେ ଗାଈ ଚରାଇବା ବେଳେ ମହୁମାଛି ଆକ୍ରମଣର ଶିକାର ହେଲେ ବୃଦ୍ଧଙ୍କ ସମେତ ତିନି ଜଣ। ସେମାନେ ହେଲେ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ତଗାପାଙ୍ଗା ଗ୍ରାମର ନିରାପା ପ୍ରଧାନ(୭୦), ନିବାସ୍ତ୍ରୀ ପ୍ରଧାନ (୫୦) ଓ ପ୍ରଦୀପ ପ୍ରଧାନ (୪୦) । ନିରାପା ଏବଂ ନିବାସ୍ତ୍ରୀ ଗୁରୁତର ଗୁରୁତର ଆହତ ହୋଇଥିବା ବେଳେ ପ୍ରଦୀପ ପ୍ରଧାନ ସାମାନ୍ୟ ଆହତ ହୋଇଛନ୍ତି । ତିନି ଜଣ ମିଶି ଗ୍ରାମ ନିକଟରେ ଥିବା ଏକ ପାହାଡ଼କୁ ଗାଈ ଓ ଛେଳି ଚରାଇବା ପାଇଁ ଯାଇଥିଲେ। ହେଲେ ବାଘ ମହୁ ବସା ବାନ୍ଧି ରହିଥିବା ଏକ ଗଛ ପାଖକୁ ଛେଳି ମାନେ ଯିବାରୁ ମହୁ ମାଛି ବସାରୁ ବାହାରି ନିକଟରେ ଥିବା ନିରାପା ପ୍ରଧାନ ଏବଂ ନିବାସ୍ତ୍ରୀ ପ୍ରଧାନଙ୍କୁ କାମୁଡ଼ିବା ଫଳରେ ଅସହ୍ୟ ଯନ୍ତ୍ରଣା ହେଉଥିଲେ ମଧ୍ୟ ନିଜ ଘରକୁ ପହଞ୍ଚିବାକୁ ପାରିଥିଲେ । ହେଲେ ଦେହ ସାରା ଶତାଧିକ ମହୁମାଛି କାମୁଡ଼ି ଥିବା ଯୋଗୁଁ ଘରେ ପହଂଚିବା ପରେ ଅଚେତ ଅବସ୍ଥାରେ ପଡିଗଲେ । ସଙ୍ଗେ ସଙ୍ଗେ ପରିବାର ସଦସ୍ୟ ଓ ଗାଁ ଲୋକେଙ୍କ ସହଯୋଗରେ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ଜଣାପଡିଛି।

ad-week
Leave A Reply

Your email address will not be published.