ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ବିକାଶଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

add-all

ଫୁଲବାଣୀ :- ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ପ୍ରେସ୍ କ୍ଲବ୍ ପରିସରରେ ଏବିଭିପି ର ଶିବାଶିଷ ପଣ୍ଡାଙ୍କ ନେତୃତ୍ଵରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା l ଏଥିରେ ବିଭିନ୍ନ ଯୁବ ସ୍ୱେଚ୍ଛାସେବୀ ମାନଙ୍କ ସହିତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ l ବିକାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଜଳାଇବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ତାଙ୍କ ସାଙ୍ଗ ସାଥୀ ମାନେ ବିକାଶଙ୍କ ସ୍ମୃତି ଉଚ୍ଚାରଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତି, ସାମ୍ବାଦିକ ଅଶୋକ ପରିଡା, ବ୍ରଜ ମୋହନ ନାୟକ, ସୂର୍ଯ୍ୟ ନାରାୟଣ ବେହେରା, ଦେବାଶିଷ ପାତ୍ର ସୁମିତ କୁମାର ପ୍ରଧାନ, ରାଜା, କ୍ୟାମେରା ମ୍ୟାନ କାହ୍ନା ପଟ୍ଟନାୟକ, କାଳିଆ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

ad-week
Leave A Reply

Your email address will not be published.