ଚିତ୍ରକୋଣ୍ଡା : ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ…

add-all

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଆନୁକୂଲ୍ୟରେ ଗତକାଲି ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହାୟତାରେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଉପାନ୍ତ ଧୂଳିପୁଟ ପଞ୍ଚାୟତ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ମାନସିକ, ବିକଳାଙ୍ଗ ଵ୍ୟକ୍ତି ମାନଙ୍କର ନାମ ପଞ୍ଜିକରଣ କରଣ କରାଯାଇ, ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ଦ୍ଵାରା ପରୀକ୍ଷା ନିରୀକ୍ଷl କରାଯାଇ ଆବେଦନ କାରୀଙ୍କ ମଧ୍ୟରୁ ମୋଟ ୮୫ ଜଣଙ୍କୁ ଚି଼ହ୍ନଟି କରଣ କରାଯାଇଥିଲା ସେଥି ମଧ୍ୟରୁ ମାନସିକ ଅନଗ୍ରସର , ମୁକ ବଧିର, ଦୃଷ୍ଟି ବାଧିତା , ଶାରୀରିକ ବିକଳାଙ୍ଗ ଶ୍ରେଣୀର ନାମ ପଞ୍ଜିକୃତ କରିଥିବା ବେଳେ ଅବଶିଷ୍ଟ ରହିଥିବା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ର ଆବେଦନ ଗ୍ରହଣ କରାଯାଇଥିଲା , ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟିରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା,ମାଲକାନଗିରି ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାଶ, ଉପଖଣ୍ଡିୟ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ଓ ମାଲକାନଗିରି ବିଏସଏସଓ ରାଜୁ ପୂଜାରୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ବିଏସଏସଓ ଅମର ମାଡ଼କାମି, ପ୍ରସନଜିତ ଦାସ ପରିଚାଳନା କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ପିଇଓ,ସରପଞ୍ଚ, ସମିତି,ଜିଆରଏସ,ଅଙ୍ଗନବାଡି କର୍ମି ଏବଂ ବ୍ଲକ ର ଅନ୍ୟ ବହୁ କର୍ମଚାରୀ ମାନେ ମାନେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.