ସେଣ୍ଟ୍ରାଲ ବ୍ୟାଙ୍କ ଓଫ ଇଣ୍ଡିଆର ଆଞ୍ଚଳିକ ଶାଖା ପରିଚାଳକଙ୍କ ବ୍ୟାଙ୍କ ପରିଦର୍ଶନ…

ଏସ୍ଏଜି ଗ୍ରୁପ୍ ମହିଳାଙ୍କୁ ଉତ୍ସାହିତ

add-all


ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଫୁଲବାଣୀ ଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଓଫ ଇଣ୍ଡିଆକୁ ସମ୍ବଲପୁର ଯୋନର ମୂଖ୍ୟ ଶାଖା ପରିଚାଳକ ସୁକେଶ କୁମାର ଓଝା ଫୁଲବାଣୀ ଶାଖା ପରିଦର୍ଶନ କରିଥିଲେ। ଏହି ବ୍ୟାଙ୍କରେ ଜଡିତ ସମସ୍ତ ଗ୍ରାହାଜ ମାନଙ୍କ ସମସ୍ତ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ଓ ବ୍ୟାଙ୍କର ରହିଥିବା ସମସ୍ତ କିମ୍ ବିଷୟରେ ଅବଗତ କରାଇଥିଲେ । କିପରି ସହଜ ଉପାୟରେ ଲୋନ୍‌ ନେଇ ପାରିବେ ସେ ସମ୍ବନ୍ଧରେ ଗ୍ରାହକଙ୍କୁ ବୁଝାଇଥିଲେ । ବିଶେଷ କରି ଏହି ବ୍ୟାଙ୍କରେ ଜଡିତ ଥିବା ଏସ୍ଏଚ୍‌ଜି ଗ୍ରୁପ୍ର ମହିଳା ମାନେ ଲୋନ୍ ନେଇ ନିଜେ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ବୋଲି ମଧ୍ୟ କହିଥିଲେ। ଏହି ବ୍ୟାଙ୍କରେ ଗ୍ରାହକଙ୍କ ସୁବିଧା ନିମନ୍ତେ ସିଟିଏସ୍ ମେସିନ୍‌ ଏଞ୍ଜାଇମ ସହ ଏଟିଏମ୍‌ର ବ୍ୟବସ୍ଥା କରି ଏହାର ଶୁଭ ଉଦ୍‌ଘାଟନ କରିବା ସହ ଆଗାମୀ ଦିନରେ ଏୟାର କଣ୍ଡିସନର୍ ଲଗାଇବା ପାଇଁ କହିଥିଲେ । ଏହି ଅବସରରେ ଏସ୍ ଏଚ୍‌ଜି ଗ୍ରୁପ୍ ମହିଳା, ଗ୍ରାହାକ, ବ୍ୟାଙ୍କ ମେନେଜର ମଧୁସ୍ମିତା ଭୋଇ ଓ ବ୍ୟାଙ୍କର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ।

ad-week
Leave A Reply

Your email address will not be published.