ବିଦ୍ୟୁତ ବିଲ୍ ଦେୟ ପ୍ରଦାନ ପାଇଁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଏସ୍‌ବିଆଇ ସହିତ ସହଯୋଗିତା

add-all

ବ୍ରହ୍ମପୁର: ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ୍ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପକ୍ଷରୁ ଭାରତର ସର୍ବବୃହତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିପିଏସ୍‌ଓଡିଏଲ୍‌ର ସମସ୍ତ ଗ୍ରାହକ ଏବେ ୮ଟି ଜିଲ୍ଲାରେ ଥିବା ୧୬୫୨ କଲେକ୍ସନ ପଏଂଟ୍‌ରେ ସେମାନଙ୍କ ବିଦ୍ୟୁତ ବିଲ୍‌କୁ ସୁବିଧାରେ ପ୍ରଦାନ କରିପାରିବେ । ଏହି କଲେକ୍ସନ ପଏଂଟ୍‌ରେ ଗ୍ରାହକମାନେ ପ୍ରଦାନ କରିଥିବା ବିଲ୍‌ର ପେମେଂଟ୍ ରସିଦ ପାଇପାରିବେ ।

ଗ୍ରାହକମାନଙ୍କ ସୁବିଧା ଏବଂ ଡିଜିଟାଲ୍ ଗ୍ରହଣୀୟତାକୁ ନିଶ୍ଚିତ କରିବା ଲାଗି ଟିପିଏସ୍‌ଓଡିଏଲ୍ ପକ୍ଷରୁ ଫୋନ୍‌ପେ, ଆମାଜନ-ପେ, ଗୁଗୁଲ-ପେ, ଭାରତ ମନି, ଜିଓ ମନି, ପେଟିଏମ୍‌, ଫ୍ରିଚାର୍ଜ, ଏୟାରଟେଲ ମନି, ମୋବିକ୍ୱିକ୍‌, ପେୟୁ, ଟାଟା ନିଉ ଭଳି ପେମେଂଟ୍ ଗେଟ୍‌ୱେ ଏବଂ ଓକାକ୍‌, ଆଇବିଏଏକ୍ସ କ୍ୟାସ୍‌, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଭିମ୍ ଆଦି ଅନ୍ୟ ପ୍ଲାଟଫର୍ମ ସହ ସହଯୋଗିତା ସ୍ଥାପନ କରାଯାଇଛି ।

ଡିଜିଟାଲ ମାଧ୍ୟମରେ ପେମେଂଟ୍ ପ୍ରଦାନ କରୁଥିବା ଗ୍ରାହକମାନେ ସେମାନଙ୍କ ବିଲ୍ ଉପରେ ୩% ଡିଜିଟାଲ୍ ରିହାତି ପାଇପାରିବେ । ସେମାନେ କଂପାନିର ୱେବସାଇଟ୍‌ରେ ମଧ୍ୟ ସିଧାସଳଖ ପେମେଂଟ୍ କରିପାରିବେ ।

“ଗ୍ରାହକମାନଙ୍କ ସୁବିଧା ପ୍ରତି ଅନ୍ୟତମ ପଦକ୍ଷେପ ସ୍ୱରୂପ ଆମେ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହ ସହଯୋଗିତା ସ୍ଥାପନ କରିଛୁ । ତ୍ୱରିତ ସେବାକୁ ନିଶ୍ଚିତ କରିବା ଲାଗି ଆମେ ଆମର ପେମେଂଟ୍ ନେଟ୍‌ୱର୍କକୁ ସମ୍ପ୍ରସାରିତ କରୁଛୁ । ବିବିଧ ମାଧ୍ୟମ ପ୍ରଦାନ କରିବା ସମେତ ଭରସାଯୋଗ୍ୟ ଏବଂ ଗ୍ରାହକ ମିତବ୍ୟୟୀ ସେବାକୁ ନିଶ୍ଚିତ କରିବା ଲାଗି ଆମେ ଆମର ଉଦ୍ୟମ ଜାରି ରଖିବୁ” ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ।”

ad-week
Leave A Reply

Your email address will not be published.