ଅଳେଶ୍ୱର ଠାରୁ ସୋନପୁର ୭୫ କିମି ବେଳାଭୂମି ହେବ ପ୍ଲାଷ୍ଟିକ ମୁକ୍ତ

add-all

ଛତ୍ରପୁର : ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଓ ସ୍ୱଚ୍ଛତା ପାଇଁ ଚାଲିଥିବା ଅଭିଯାନ ଷଷ୍ଠ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ହରିପୁର ବେଳାଭୂମିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗଂଜାମ ଜିଲ୍ଲାର ଗଂଜାମ ବ୍ଳକର ” ଦି ଇକୋ ୱାରିୟର୍ସ” ର ‘ ପ୍ରୟାସରେ ଗଞ୍ଜାମ୍ ରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟସ୍ତ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ଏକ ଅଭିଯାନ ହାତକୁ ନିଆଯାଇଛି। ଅନ୍ତର୍ଜାତୀୟ କ୍ରୀଡ଼ାବିତ ମନସ୍ୱନୀ ମହାରଣାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ କୋଭିଡ଼ି ଯୋଧ୍ୟା ସ୍ୱରସ୍ୱତୀ ମହାଙ୍କୁଡ଼ ,’ଦି ଇକୋ ୱାରିୟସ ‘ , ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ, ଅଖିଳ ତରାଇ ,ପ୍ରଣବ ପ୍ରଧାନ, କରୁଣାକର ରେଡ୍ଡୀ , ଦୁର୍ଗା ମାଧବ ପାଣିଗ୍ରାହୀ ,ପ୍ରଶାନ୍ତ ସାହୁ, , ପ୍ରମୁଖ ସାମିଲ ହୋଇଥିଲେ। ବେଳାଭୂମିରେ ପ୍ଲାଷ୍ଟିକ ଏଣେ ତେଣେ ନପକାଇ ଡ଼ଷ୍ଟବିନର ବ୍ଯବହାର କରିବା, ବେଳାଭୂମି ସ୍ବଚ୍ଛତା ଅଭିଯାନରେ ସାମିଲ ଲାଗି ପର୍ଯ୍ଯଟକଙ୍କ ସଚେତନ କରିଥିଲେ। ଏହି ଅବସରରେ ୨୭୦ କେଜି ପ୍ଲାଷ୍ଟିକ ଆବର୍ଜନା ବାହାର କରାଯାଇଥିଲା
ପରେ ବିଭିନ୍ନ ଔଷଧ ଚାରା ରୋପଣ କରିଥିଲେ।

ad-week
Leave A Reply

Your email address will not be published.