
ମାଲକାନଗିରି : ଜିଲ୍ଲାରେ ବିଜେପି ଲଗାତାର ଦୁଇଦୁଇଟି ନିର୍ବାଚନରେ ଗୋଷ୍ଟି କନ୍ଦଳ ଯୋଗୁଁ ନିଜର ଅସ୍ତିତ୍ବ ହରାଇବା ପରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଆଜି ଧାମନଗର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିବାରୁ ବିଜୟୀ ଉତ୍ସବ ପାଳନ କରାଯାଇଛି । ଆଜି ଜିଲ୍ଲା ସଦରରେ ଥିବା ସୁବାସ ଛକ ନିକଟରେ ବିଜେପି ଦଳ ତରଫରୁ ଧାମନଗରରେ ବିଜେପି ପ୍ରାର୍ଥୀଙ୍କ ବିଜୟ ପରେ ସମସ୍ତଙ୍କୁ ଶୁଭେଛା ଜଣାଇବା ସହ ଦଳୀୟ କର୍ମକର୍ତ୍ତା ଏବଂ କର୍ମୀ ମାନେ ବାଣ ଫୁଟାଇ ମିଷ୍ଠାନ୍ନ ବଣ୍ଟନ କରି ବିଜୟୀ ଉତ୍ସବ ପାଳନ କରିଥିଲେ ଧାମନଗରରୁ ଦଳର ବିଜଯ ଯାତ୍ରା ଆରମ୍ଭ ହେଲା, ଆଗାମୀ ଦିନରେ ଏହା ସାରା ରାଜ୍ୟରେ ପ୍ରତିଫଳନ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି କିନ୍ତୁ ଏହି ବିଜୟ ଉତ୍ସବରେ ନାମକୁ ମାତ୍ର ୨୦ଜଣ କର୍ମୀ ଉପସ୍ଥିତ ରହି ଦଳର କନ୍ଦଳ “ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି” ଭଳି ପ୍ରତ୍ୟୟମାନ ହେଉଛି । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଦଳ ଉପରେ ଲୋକଙ୍କ ଆସ୍ଥା ତୁଟୁ ଥିବା ସଠିକ ବାରିହୋଇପଡୁଛି ।