ଫୁଲବାଣୀରେ ବିଜେପିର ବିଜୟ ଉତ୍ସଵ ପାଳିତ…

add-all

ଫୁଲବାଣୀ – ଧାମ ନଗର ବିଧାନସଭା ଉପନିର୍ବାଚନ ବିଜେପି ପ୍ରାର୍ଥୀ ଙ୍କ ବିଜୟ ଘୋଷଣା ପରେ ଫୁଲବାଣୀ ରେ ବିଜେପି ବିଜୟ ଉତ୍ସଵ ମନାଇଛି ଆଶା ଓ ଆଶଙ୍କା ରେ ଥିବା ବିଜେପି
ବିଜୟ ଘୋଷଣା ପରେ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଫୁଲବାଣୀର ବିଜୁ ପଟନାୟକ ଛକ ରେ ବିଜେପି କର୍ମୀ ମାନେ ଏକଜୁଟ ହୋଇ ମିଠା ଖାଇବା ସହ ବାଣ ଫୁଟାଇ ଥିଲେ ଏଥି ସହ ନାରା ଦେଇଥିଲେ l ଶାସକ ଗୋଷ୍ଠୀ ଆସନ ଅକ୍ତିଆର କରିବା ପାଇଁ ବିପୁଳ ଅର୍ଥ ଖର୍ଚ କରିବା ସହ ସରକାରୀ କଳର ଅପବ୍ୟବହାର ବି କରିଥିଲା ହେଲେ ଧାମନଗର ବାସି ଏହାକୁ ପ୍ରତ୍ୟାଖାନ କରିବାସହ ବିଜେପିକୁ ଭୋଟ ଦେଇ ଜିତିଥିଲେ ଯାହାକି ଶାସକଦଳ ପାଇଁ ଶକ୍ତ ଧକା ବୋଲି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି, କହିଥିଲେ l ସେହିପରି ବିଜେପି ନେତା ଭଗବାନ ମହାନ୍ତି ଧାମନଗର ବିଜୟ ବିଜେପି ର ମନୋବଳ ବୃଦ୍ଧି କରିଥିବା କହିଛନ୍ତି ଆ ଗାମୀ ଚବିସ ନିର୍ବାଚନ ରେ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି. କହିଥିଲେ l ଏହା ପ୍ରାକ ସୂଚନା ବୋଲି କହିଥିଲେ ବିଜେପି ନେତା ମହାନ୍ତି l
ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ତଥା କାଉନସିଲର ରମେଶ ମହାନ୍ତି, ଦେବ ନାରାୟଣ ପ୍ରଧାନଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.