ମା’ ମହୁରୀକାଳୁଆଙ୍କ ଯାତ୍ରା ଉଦଯାପିତ

add-all

ହିଞ୍ଜିଳିକାଟୁ ୬।୧୧ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆଙ୍କରଡା ଗ୍ରାମର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ମହୁରୀକାଳୁଆ ଙ୍କ ୮ ଦିନ ଵ୍ୟାପି ଚାଲିଥିବା ଯାତ୍ରାତ୍ସୋଵ ସୋମବାର ଉଦଯାପିତ ହୋଇଯାଇଛି। ଗ୍ରାମର ପ୍ରତ୍ୟେକ ଘର ଆଗରେ ପୁର୍ଣ କୁମ୍ଭ ସହ ଧୁପ ଦୀପ ନୈବେଦ୍ୟ ଅର୍ପଣ ପୂର୍ବକ ମାଁ ଙ୍କୁ ସ୍ବାଗତ କରାଯାଇଥିଲା। ପ୍ରତ୍ୟେକ ସନ୍ଧ୍ୟାରେ ଵିଭିନ୍ନ ବାଦ୍ୟ ବାଜଣା ସହ ଘଣ୍ଟ କାହାଳୀ ତାଳେ ତାଳେ ନାଚି ନାଚି ମାଁ ମହୁରୀକାଳୁଆ ଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା।ଗ୍ରାମରେ ଅଷ୍ଟପ୍ରହର ସହ ନାମଯଜ୍ଞ ପୂର୍ଣାହୁତି ସହ ଅର୍ନଯଜ୍ଞ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ।ରଵିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସୋମବାର ଦିନ ୧୦ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା। ସୋମବାର ମାଁ ମହୁରୀକାଳୁଆ ଙ୍କୁ ନଗର ପରିକ୍ରମା ପରେ ରଙ୍ଗ ଖେଳ ପରେ ମାଁ ଙ୍କୁ ମେଲାଣି ଦିଆଯାଇଥିଲା । ଯାତ୍ରାପରିଚାଳନା ସଭାପତି ନିଳମଣୀ ପଟ୍ଟନାୟକ , ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, କାଉନସିଲର ଶ୍ୟାମଘନ ଵେହେରା, ପୂର୍ଵତନ କାଉନସିଲର ଯୁଧିଷ୍ଠିର ସ୍ୱାଇଁ, ସନାତନ ନାହାକ, ପିଙ୍କୁ ନାହାକ, ରବିନ୍ଦ୍ର ପଣ୍ଡା,କାହ୍ନୁଚରଣ ସେଠୀ, ସଞ୍ଜୟ କୁମାର ସ୍ବାଇଁ, ସଞ୍ଜୟ ପ୍ରଧାନ, ଦୁର୍ଯ୍ୟୋଧନ ମୁନି, ସହଦେଵ ସ୍ବାଇଁ, ଯୋଗେନ୍ଦ୍ର ନାରାୟଣ ଖାଡଗାଂ ,ପ୍ରତାପ ନାହାକ ଙ୍କ ସମେତ ଗ୍ରାମ କମିଟି, ପୁଜା କମିଟି, ଯାତ୍ରା କମିଟି ସହ ଗ୍ରାମର ବହୁ ପୁରୂଷ ଓ ମହିଳା ମାଁ ଘଟ୍ଟ ପରିକ୍ରମା ସମୟରେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ad-week
Leave A Reply

Your email address will not be published.