ଶିକ୍ଷକ ମାରଣନୀତି କୁ ଦୃଢ଼ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତି ବୈଠକ

add-all

ଫୁଲବାଣୀ :- ମହୋନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ଫୁଲବାଣୀ ଠାରେ ନୂତନ ପେନସନ ଯୋଜନା ଅନ୍ତର୍ଭୁକ୍ତ ଜିଲ୍ଲା ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ଶିକ୍ଷକ ମାରଣନୀତିକୁ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ବରିଷ୍ଠ ଶିକ୍ଷକ ଧନେଶ୍ଵର ଖୁଣ୍ଟିଆ ମିଳିତ ଶିକ୍ଷକ ସମନ୍ବୟ ସମିତିର ସଭାପତି ସୁକାନ୍ତ କୁମାର ବେହେରା ସମ୍ପାଦକ କାମରାଜ ଦିଗାଲ, ମଧୁସୂଦନ ସାହୁ ଅତିଥି ଭାବରେ ଯୋଗଦେଇ, ଦାବି ଗୁଡ଼ିକ ଯଥାର୍ଥ ଓ ଆବଶ୍ୟକ ହେଲେ ସମସ୍ତ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତାମତ ଦେଇଥିଲେ।ଅରୁଣ କୁମାର ପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ କୁବେର ମହାନ୍ତି, ବିଜୟାନନ୍ଦ ଦାଶ, ଗୈାରହରି ନାୟକ (ଚକାପାଦ),ରାଜେଶ କୁମାର ନାୟକ (ଫିରିଙ୍ଗିଆ), ଅନୀଲ କୁମାର ପ୍ରଧାନ (ଖଜୁରୀପଡ଼ା )ରୁ ଯୋଗଦେଇ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ମତପୋଷଣ କରିଛନ୍ତି। ଶେଷରେ ଲଲାଟେନ୍ଦୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆନ୍ଦୋଳନକୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମର୍ଥନ କରୁଥିବା ସୁକାନ୍ତ କୁମାର ବେହେରା ଜଣାଇଥିଲେ।

ad-week
Leave A Reply

Your email address will not be published.