୭୨ତମ ସ୍କାଉଟ ପ୍ରତିଷ୍ଠା ଦିବସ ପାଳିତ

add-all

ବୁଗୁଡ଼ା : ସ୍ଥାନୀୟ ଅନ୍ତର୍ଗତ ନିୟୁ ଏରା ପବ୍ଲିକ ସ୍କୁଲ ପରିସରରେ ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ ଆନୁକୁଲ୍ୟରେ ୭୨ତମ ସ୍କାଉଟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପିପୁଲ୍ସ କଲେଜର ରୋଭର ଓ ରେଞ୍ଜର , ନିୟୁ ଏରା ପବ୍ଲିକ୍ ସ୍କୁଲର ସ୍କାଉଟ୍ ଓ ଗାଇଡ୍, ଶ୍ରୀକର ଭଞ୍ଜ ଓପନ୍ ୟୁନିଟର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସ୍କାଉଟ୍ ଶିକ୍ଷକ ବୈଷ୍ଣବ ଚରଣ ଦାଶଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ମିଡିଆ କ୍ଲବ୍ ସଭାପତି ଅନିଲ ପଟ୍ଟନାୟକ , ମୁଖ୍ୟ ବକ୍ତା ଭାବେ ପିପୁଲ୍ସ କଲେଜର ରୋଭର୍ ଲିଡର ଆତ୍ମପ୍ରକାଶ ନାୟକ, ସମ୍ମାନିତ ଅତିଥି ଭାବେ ପିପୁଲ୍ସ ହାଇସ୍କୁଲର ସ୍କାଉଟ୍ ମାଷ୍ଟର ବିଶ୍ବେଶ୍ବର ଗିରି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ସ୍କାଉଟ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କେ ଆଲୋକପାତ କରିବା ସାଙ୍ଗକୁ ଜୀବନର ମହତ୍ତ୍ବ ସେବାରେ ହିଁ ବିକଶିତ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ପରିଶେଷରେ ଚନ୍ଦନ ପ୍ରସାଦ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.