ମଦ ପିଅ, ଗୁଟ୍‌ଖା ଖାଅ, ଗଞ୍ଜେଇ ଟାଣ; ମାତ୍ର ଜଳର ଗୁରୁତ୍ବକୁ ବୁଝ

add-all

ଭୋପାଳ: ମଧ୍ୟପ୍ରଦେଶର ରେୱାଠାରେ ନିଜର ବକ୍ତବ୍ୟ ଦେଇ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ର ଜଳର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ଭିତରେ ସେ ଲୋକମାନଙ୍କୁ ଆହୁରି ବି କହିଛନ୍ତି ଯେ ଲୋକେ ମଦ ପିଇ ପାରନ୍ତି, ଗଞ୍ଜେଇ ଟାଣିପାରନ୍ତି, ଗୁଟ୍‌ଖା ଖାଇପାରନ୍ତି। ମାତ୍ର ଜଳର ଗୁରତ୍ବକୁ ନିଶ୍ଚୟ ବୁଝନ୍ତୁ।

ସେ ଆହୁରି ବି କହିଛନ୍ତି ଯେ ଜଳ ସଂପଦ ସରି ଆସୁଥିବା ବେଳେ ଲୋକେ ନଳକୂପ ଓ ବୋର୍‌ୱେଲ୍‌ ଖୋଳି ଭୂତଳ ଜଳ ଶେଷ କରୁଛନ୍ତି। ସେ ଜଳ ସଂରକ୍ଷଣକୁ ଗୁରୁତ୍ବ ଦେବା ସହ ଏଥିପ୍ରତି ଏବେଠାରୁ ସାବଧାନ ନହେଲେ ଭବିଷ୍ୟତର ପିଢ଼ିଙ୍କ ପାଣି ପାଣି ବଞ୍ଚିବ ‌ନାହିଁ ବୋଲି ଆଶଙ୍କା ପ୍ରକଟ କରିଛନ୍ତି।
ନିଜର ଟଙ୍କାକୁ ଯେପରି ଭାବେ ବି ଖର୍ଚ୍ଚ କରନ୍ତୁ, ମାତ୍ର ଜଳ ସଂରକ୍ଷଣ ସମସ୍ତଙ୍କ ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି। ସେ ମଦ୍ୟପାନରେ ଟଙ୍କା ବିନିଯୋଗ କରିବା ଅନୁଚିତ ବୋଲି ଜାଣିବା ସହ ଆହୁରି ବି କହିଛନ୍ତି ଯେ ଯଦି ନିଶା ଗ୍ରହଣ କରିବାକୁ ମନା କରାଯାଏ ତ ଲୋକ ତାଙ୍କ କଥା ଶୁଣିବେ ନାହିଁ।

ସାଂସଦ ମୋଟାମୋଟୀ ଭାବେ ଜଳ ସଂରକ୍ଷଣକୁ ଗୁରୁତ୍ବ ଦେଇ କହିଛନ୍ତି କି ମଦ, ଗୁଟ୍‌ଖା, ଗଞ୍ଜେଇ ଯାହା ଖାଉଛ ଖାଅ, କିନ୍ତୁ ଜଳ ସଂରକ୍ଷଣ ପ୍ରାଥମିକତା ହେବା ଉଚିତ।

ad-week
Leave A Reply

Your email address will not be published.