ହର ହର ଶମ୍ଭୁ… ସିଙ୍ଗର ଫରମାନୀଙ୍କ ଭାଇ ଓ ଭିଣେଇ ଗିରଫ

add-all

ଲକ୍ଷ୍ନୌ: ହର ହର ଶମ୍ଭୁ ଗୀତ ଗାଇ ସୋଶାଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ମୁସଲିମ୍ ସିଙ୍ଗର ଫରମାନୀ ନାଜଙ୍କ ଭାଇ ଓ ଭିଣେଇ ଗିରଫ। ଡକାଏତ ଅଭିଯୋଗରେ ମେରଟ ପୁଲିସ ଆଜି ଉଭୟଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏକ ନିର୍ମାଣଧୀନ ଟାଙ୍କିରୁ ଛଡ ଚୋରି କରିବା ଅଭିଯୋଗରେ ଫରମାନୀଙ୍କ ଭାଇ ସମେତ ୮ ଜଣଙ୍କୁ ପୁଲିସ ଗିରଫ କରିଛି। ଏକ ମାସ ପୂର୍ବରୁ ଘଟିଥିବା ଏହି ଘଟଣାର ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଡକାୟତ ଗ୍ୟାଙ୍ଗର ନେତା ଆଉ କେହି ନୁହଁନ୍ତି ନିଜେ ଫରମାନୀ ନାଜଙ୍କ ବାପା। ସେ ଏବେ ଫେରାର ଅଛନ୍ତି। ପୁଲିସ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଉଲ୍ଲେଖଯୋଗ୍ୟ, ହର ହର ଶମ୍ଭୁ ଗୀତ ଗାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ ଏହି ମୁସଲିମ ସିଙ୍ଗର ଫରମାନୀ ନାଜ। ସୋଶାଲ ମିଡିଆରେ ତାଙ୍କ ଗୀତ ମଧ୍ୟ ଭାଇରାଲ ହୋଇଥିଲା। ସେତେବେଳେ ତାଙ୍କର ଏହି ଗୀତ ଗାଇବାକୁ ନେଇ ଅନେକ ସଂସ୍ଥା ବିରୋଧ କରିଥିଲା। ତାଙ୍କ ବିରୋଧରେ ଫତୱା ମଧ୍ୟ ଜାରି କରାଯାଇଥିଲା। ଏଥିରୁ ଫରମାନୀଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ମିଳିଥିଲା। ଏବେ କିନ୍ତୁ ଡକାଏତ ଅଭିଯୋଗରେ ତାଙ୍କ ଭାଇ ଓ ଭିଣେଇ ଗିରଫ ହେବା ପରେ ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ସୋଶାଲ ମିଡିଆରେ ତାଙ୍କ ବିରୋଧରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି।

ଫରମାନୀ ହର ହର ଶମ୍ଭୁ ଗୀତକୁ ନିଜର ବୋଲି କହିଥିଲେ। କିନ୍ତୁ ପରେ ତାଙ୍କ ମିଛ ଧରାପଡିଥିଲା। ହର ହର ଶମ୍ଭୁ ଗୀତର ପ୍ରକୃତ କ୍ରିଏଟର ସାମ୍ନାକୁ ଆସି ଫରମାନୀଙ୍କ ମିଛ ଧରାଇଥିଲେ। ସେବେଠାରୁ ଫରମାନୀ ଅନେକ ଗୀତ ଗାଇ ସାରିଛନ୍ତି। ଆଉ ୟୁଟ୍ୟୁବ୍‌ରେ ବେଶ୍ ଫେମସ୍ ମଧ୍ୟ ହୋଇସାରିଛନ୍ତି।

ad-week
Leave A Reply

Your email address will not be published.