ଶ୍ରୀ ଶ୍ରୀ ଶ୍ୟାମା ମା ଯାତ୍ରା ସଙ୍ଘର ବନ୍ଧୁ ମିଳନ ଓ ଛାଡ଼ଖାଇ…

add-all


ଉମରକୋଟ ( 09/11)ନବରଙ୍ଗପୁର ଜ଼ିଲ୍ଲାର ରାଇଘର ବ୍ଲକର ସଦର କୋଦଭାଟା ଶ୍ରୀ ଶ୍ରୀ ଶ୍ୟାମା ମା ଯାତ୍ରା ସଙ୍ଘର ସରଗୁଲି ବଡ଼ ବନ୍ଧ ପାଖରେ ଏକ ବନ୍ଧୁ ମିଳନ ଓ ଛାଡ଼ଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଜି କାଲି କେହି ଯାତ୍ରା କିମ୍ବା ନାଟକ ପ୍ରତି ଆଗ୍ରହ ପ୍ରକାଶ କରୁ ନାହାନ୍ତି ସମସ୍ତେ ବିଶେଷ କରି ସମାଜର ଯୁବ ପୀଡ଼ି କୁସଂସ୍କାର ପୂର୍ଣ୍ଣ ଡ୍ୟାନ୍ସ ଓ ଅଶ୍ଳୀଳ ଚିତ୍ର ଦେଖିବାକୁ ଭଲ ପାନ୍ତି ସେଥିପାଇଁ କେହି ଯାତ୍ରା ଦେଖିବାକୁ ଚାହାଁନ୍ତି ନାହିଁ, ଧୀରେ ଧୀରେ ଯାତ୍ରା ଲୋପ ପାଇବାକୁ ବସିଲାଣି ଏଣୁ ଏହି କାଳିବାଡ଼ି ଯାତ୍ରା ପ୍ରେମୀ କଳାକାର ମାନେ ଯେ ପରି ନାଟକ ବା ଯାତ୍ରା ଲୋପ ନ ପାଏ ସେଥିପାଇଁ ପ୍ରତିବର୍ଷ କାଳିବାଡ଼ି କୋଦଭାଟାର ସଭାପତି ଓ ଅନ୍ୟ ଆନ୍ୟ ଉପଦେଷ୍ଟା ଭଦ୍ର ବ୍ୟାକ୍ତି ମାନଙ୍କ ପ୍ରଚେଷ୍ଟାରେ ଯାତ୍ରା ବଞ୍ଚାଇ ରଖିଛନ୍ତି,ଏହି ସଂସ୍କୃତି ଯେପରି ଲୋପ ନ ପାଏ ସେଥିପାଇଁ କାଳୀବାଡ଼ି କୋଦଭାଟା ଓ ଆଖ ପାଖ ଅଞ୍ଚଳର କଳାପ୍ରେମୀ ବନ୍ଧୁ ଗଣ ଆଗେଇ ଆସି କାନ୍ଧରେ କାନ୍ଧ ମିଳେଇ ସମସ୍ତେ ଏକ ଜୁଟ ହୋଇ ସମ ବ୍ୟଥାର ବ୍ୟଥିତ ହେବା ଏବଂ ଚେଷ୍ଟା କରିବା କଳା କୁ ବଞ୍ଚାଇବାକୁ,ଆଜିର ଏଇ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଗଣ୍ୟ ମାନ୍ୟ କଲାକାର ନିଖିଳ, ରଞ୍ଜିତ , ଚିତ୍ତବାବୁ, ହାବୁ କାକା, ବିପୁଳ ବାବୁ, ସ୍ୱପନ ବାବୁ, କାଶୀନାଥ, କେଶବ,କମଳ, ସୁବ୍ରତ “ଏ “, ସୁବ୍ରତ “ବି “, ଶେଖର ବାବୁ, ଭବୋତୋଷ ବାବୁ, ମ୍ୟାନେଜର ଶ୍ରୀ ଅଶୋକ ଚକ୍ରବର୍ତ୍ତୀ ଓ ଶ୍ରୀ ରସିକ ଚନ୍ଦ୍ର ସରକାର ପ୍ରମୁଖ ଉପସ୍ଥିତ ଥିଲେ,

ad-week
Leave A Reply

Your email address will not be published.