ଗଞ୍ଜାମ ଓ ଗଜପତି ଜ଼ିଲ୍ଲାର ସମବାୟ ସଂଘର ସଭାପତି ଭାବେ କୈଳାଶ ରଣା ନିର୍ବାଚିତ

add-all

ବ୍ରହ୍ମପୁର : ଗଞ୍ଜାମ ଓ ଗଜପତି ଜ଼ିଲ୍ଲାର ସମବାୟ ସଂଘର ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ କୈଳାଶ ରଣା ନିର୍ବାଚିତ ହୋଇଛନ୍ତି l ବହୁ କଳ୍ପନା ଜଳ୍ପନା ଅବସାନ ଘଟେଇ, ପୂର୍ବତନ ବିଡିଏ ଅଦକ୍ଷ ରଣା ନିଦୁର୍ନ୍ଦରେ ଗଞ୍ଜାମ ଜ଼ିଲ୍ଲା ସମବାୟ ସଂଘ ବ୍ରହ୍ମପୁରର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l ଏଥି ପୂର୍ବରୁ ବ୍ରହ୍ମପୁର ବିସିସି ବେଙ୍କ, ପାଇକାରୀ ଭଣ୍ଡାର ନିର୍ଦେଶକ ସାଙ୍ଗକୁ ବ୍ରହ୍ମପୁର ବିଡିଏ ଅଦକ୍ଷ ଥିଲେ l ସେ କୁକୁଡ଼ା ଖଣ୍ଡି ସେବା ସମବାୟ ସମିତିର ଦୀର୍ଘ 20 ବର୍ଷ ଧରି ସଭାପତି ଥିଲେ l ଏହାହିଁ ଥିଲା ତାଙ୍କ ସମବାୟ ଆନ୍ଦୋଳନର ପ୍ରଥମ ସୋପାନ, ଜଣେ ମେଳାପି,ମିଷ୍ଟ ବାସୀ, ସାହାଯ୍ୟl ପରାୟଣ, କର୍ତ୍ତବ୍ୟ ନିଷ୍ଟl ଭାବେ ବେଶ ଜଣାଶୁଣା l ଆଜି ତାଙ୍କ ବିରୋଧରେ ଖଲ୍ଲିରେଡ୍ଡୀ ନାମାଙ୍କନ ପତ୍ର ଦାଖଲ କରିଥିଲେ l କିନ୍ତୁ ସମବାୟ ନିୟମାବଳୀର ଖିଳାପ ଯୋଗୁଁ ନିର୍ବାଚନ ଅଧିକାରୀ ନୃସିଙ୍ଗ ଚରଣ ପଣ୍ଡା ତାଙ୍କ ନମାନଙ୍କ ପତ୍ରକୁ ରଦ କରି ଵିଧିବଧ ଭାବେ କୈଳାସ ରଣାଙ୍କୁ ବିଜୟ ଘୋଷଣା କରିଥିଲେ l ଏହି ପରି ପ୍ରେକ୍ଷୀରେ ହିଲପଟଣା ସ୍ଥିତ ସହକାରୀ ନିର୍ବନ୍ଧକ କାଯ୍ୟଳୟ ଠାରେ କୈଳାଶ ରଣlଙ୍କୁ ସ୍ୱାଗତ କରିବା ସହିତ, ଜ଼ିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ସଂଘମିତ୍ରା ଦଳାଇ, ବିଜେଡି ନେତା ଭୀମ ଚନ୍ଦ୍ର ଦଳାଇ, ଅଜୁ ମହାରଣା, ସୂର୍ଯ୍ୟ ପରିଡା, କାଁହୁ ପାତ୍ର, କେ ମଣି ବାବୁ, ବଶିଷ୍ଠ କୁମାର ଜେନା, ଶିବ ରାମ ପାତ୍ର, ଭବାନୀ ଶଙ୍କର ବିଶ୍ୱାଳ, ଦଣ୍ଡ ପାଣି ସାହୁ, ସୂର୍ଦଶନ ବିଷୋୟୀ, କାମାକ୍ଷ ପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.