କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଓଏଏସସ୍ତରକୁ ପଦୋନ୍ନତି

add-all

ଫୁଲବାଣୀ : ଫୁଲବାଣୀ ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ରାଜ୍ୟ ସରକାର ଓଏଏସ ପାହ୍ୟା କୁ ପଦନ୍ନୋତି ଦେଇଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ କାର୍ଯ୍ୟଦକ୍ଷତା, ସଚୋଟତା, ଅଭିଜ୍ଞତାକୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା ଜଣା ପଡ଼ିଛି l ପଦୋନ୍ନତ୍ତି ପାଇଥିବାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେହେରା ଖୁସି ବ୍ୟକ୍ତ କରିଛନ୍ତି ଆଉ ଆଗକୁ ଲୋକଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ମନୋବଳ ଓ ଅହେତୁକ ଆଗ୍ରହ ବଢିବ ବୋଲି କହିଛନ୍ତି lଏଥି ପୂର୍ବରୁ ସେ ନିଜର ଦକ୍ଷତା ବଳରେ ଓ ଆର ଏସ ପାଇ ଥିଲେ l ଫୁଲବାଣୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସେ ସହର ର ବିଦ୍ୟୁତ ଆଲୋକ, ଗମନାଗମନ, ପାନୀୟ ଜଳ ସୁବିଧା କରି ସହରବାସୀଙ୍କ ହୃଦୟ ଜିଣିପାରିଥିଲେ l
ସେହିପରି ଡ୍ରେନ ସମସ୍ୟା ରେ ସୁଧାର ଆଣିବା ଦିଗରେ ପ୍ରୟାସ କରି ଥିଲେl ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ଅବସର ବିନୋଦନ ପାଇଁ ଦୁଇଦୁଇଟି ପାର୍କ ନିର୍ମାଣ, ଜିମ ନିର୍ମାଣ କରି ସହରବାସୀଙ୍କୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ତାଙ୍କର ଉଦ୍ୟମ ପ୍ରଶଂସନୀୟ l ଓଏଏସ ପାଇବା ଖବର ମିଳିବା ପରେ ବିଭାଗୀୟ କର୍ମଚାରୀ, ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ବନ୍ଧୁ, ମାନେ ଭେଟି ପୁଷ୍ପ ଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ l

ad-week
Leave A Reply

Your email address will not be published.