ତୂମୁଡିବନ୍ଧ ସିର୍ଲା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା, ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କ ବିଜେଡି ରେ ସାମିଲ

add-all

ଫୁଲବାଣୀ : ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ତୂମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ନଭିନ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଘରେ ଘରେ ପହଞ୍ଚାଇବା ହି ଏହି ଜନ ସମ୍ପର୍କ ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ମୁଖ୍ୟ ଅତିଥି ରୂପେ ଏବଂ ବାଲିଗୁଡା ବିଧ୍ୟାୟକ ଶ୍ରୀଯୁକ୍ତ ଚକ୍ରମଣି କଂହର ଯୋଗ ଦେଇ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ । ଅନୁଷ୍ଠିତ ପଦଯାତ୍ରାରେ ବହୁ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡି ରେ ଯୋଗ ଦାନ କରିଥିଲେ । ବାଲିଗୁଡା ସ୍ୟାଷ୍ଟ୍ୟ କେନ୍ଦ୍ରରେ ବିଜେଡି ସଭାପତି ଟୁନା ଦାଶଙ୍କ ମାଗଣା ଆମ୍ବୁଲାନ୍ସ ସେବା ଏବଂ ନିର୍ବାଚନ ପୂର୍ବରୁ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ ଦେଇଥିବା ପ୍ରତିଶୃତିକୁ ମାତ୍ର ୫ ମାସ ଭିତରେ ପୂରଣ କରିଥିବା ନେଇ ପ୍ରଶଂସା କରିବା ସହ ଆମକୁ ଅଧିକ ପ୍ରଭାବିତ କରିଛି ବୋଲି ଦୀର୍ଘ ଦିନ ଧରି ବିଜେପି ଏବଂ କଂଗ୍ରସ ଛାଡି ଆସିଥିବା ନେତା ମାନେ ନିଜ ବକ୍ତବ୍ୟରେ କହିଥିଲେ । ସିର୍ଲା ଭଳି ଏକ ଘଞ୍ଚ ପାହାଡ଼ ପର୍ବତ ଘେରା ପଂଚାୟତରେ ଗୋଟିଏ ପରେ ଗୋଟିଏ ଉନତି ମୂଳକ କାର୍ଯ୍ୟ ଜାରି ରଖିଥିବା ଏବଂ ପ୍ରତେକ ଗ୍ରାମକୁ ରାସ୍ତା ଘାଟ ସୁବିଧା ରାଇବାରେ ବାଲିଗୁଡା ବିଧ୍ୟାୟକ ଚକ୍ରମଣି କଂହର ଙ୍କ ଭୂମିକା ଅତୁଳନୀୟ ବୋଲି ଉପସ୍ଥିତ ପଞ୍ଚାୟତ ବାସୀ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କନ୍ଧମାଳ ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବିଜୟ ନାୟକ, ବାଲିଗୁଡା ବିଧାୟକ ଚକ୍ରମଣି କଂହର,ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ , ପଂଚାୟତ ସମିତି ଅଧକ୍ଷା ବାସନ୍ତୀ ମାଝୀ, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର , ଜିସାୟ ମଣ୍ଡଳ, ବେଳାରସନ ପରାସେଥ, ବଙ୍ଗାଳି ବଡ଼ସେଠ, ସରପଂଚ ନୃସୁଙ୍ଗା ପାଟମାଝି,ସମିତି ସଭ୍ୟ ମଞ୍ଜୁଶ୍ରୀ ନାୟକ, ରାଧାକାନ୍ତ ପାଟମାଝୀ, ରାମଚନ୍ଦ୍ର ପାଟମାଝି , ସୁଜିତ ସାହୁ, ପିଣ୍ଟୁ ଚାନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମିଶ୍ରଣ ପର୍ବରେ କୁଂଜିତା ନାୟକ ବାବୁଲା ଦିଗାଲ , ବିପ୍ରଚରଣ ନାୟକ ପ୍ରମୁଖ ନିଜ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.