ପୋଲିସ ଉଚ୍ଚ ବିଦ୍ୟାଳୟରେ ମାଣ୍ଡିଆ ଦିବସ ପାଳିତ

add-all

ଫୁଲବାଣୀ :- ସାରା ରାଜ୍ୟରେ ପ୍ରଥମଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି। ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା
ମିଲେଟ ମିଶନ ଆରମ୍ଭ କରାଯାଇଥିଲା।ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସରକାର ଘୋଷଣା କରିଥିବା ବେଳେ ଏହି ଅବସରରେ ଆଜି ପୋଲିସ ଉଚ୍ଚ ବିଦ୍ୟାଳୟରେ ମଧ୍ଯ ପାଳିତ ହୋଇଯାଇଛି ମାଣ୍ଡିଆ ଦିବସ। ଏଥିରେ ମୁଖ୍ୟ ଅତିଥ୍ ଭାବେ ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଆଇପିଇ ରଙ୍କନିଧି ବେହେରା ସମ୍ମାନିତ ଅତିଥ୍‌ ଭାବେ ମଞ୍ଚରେ ଉପସ୍ଥିତ ଥିଲେ। ମିଲେଟ ମିଶନସରକାରଙ୍କ ଯୋଜନା ଏବଂ ଏହା ଲୋକଙ୍କ ହିତ ଦିଗରେ କାର୍ଯ୍ୟ କରିଥାଏ ଏବଂ ମାଣ୍ଡିଆ ହେଉଛି ପୁଷ୍ଟିର ଭଣ୍ଡାର ବୋଲି ମୁଖ୍ୟ ଅତିଥି କହିଥିଲେ l ବିଦ୍ୟାଳୟର କିଛି ଛାତ୍ର ଛାତ୍ରୀ କୁଇ ପୋଷାକ ପରିଧାନ ପୂର୍ବକ ମାଣ୍ଡିଆରୁ ବିଭିନ୍ନ ସୁସ୍ଵାଦୁ ଖାଦ୍ୟ ଯଥା ମାଣ୍ଡିଆ ଜାଉ, ସୁପ୍,ରୋଟି,ପରଟା,ଖିରୀ, ଚାର୍ଟ,ଇଡ଼ିଲି ଇତ୍ୟାଦି ପ୍ରସ୍ତୁତ କରିଥିଲେ l ସୁସ୍ୱାଦୁ ଖାଦ୍ୟ ସବୁକୁ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ କୁନ୍ତଳା କୁମାରୀ ତ୍ରିପାଠୀଙ୍କ ମାର୍ଗ ଦର୍ଶନ କରିବା ସହିତ ସମସ୍ତ ଛାତ୍ର ମାନଙ୍କୁ ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଘରେ ଏବଂ ସାହି ପଡ଼ୋଶୀରେ ସଚେତନ କରାଇବା ପାଇଁ କହିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଓ କର୍ମଚାରୀ ମାନେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.