ଭାରତୀୟ ଦଳର ପରାଜୟ ଲାଗି ଦଳକୁ ସମାଲଚନା କଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏବଂ ଶଶି ଥରୁର

add-all

ନୂଆଦିଲ୍ଲୀ: ଆଡିଲେଡରେ ଗତଗୁରୁବାର ଖେଳାଯାଇଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଦ୍ବିତୀୟ ସେମିଫାଇନାଲରେ ଭାରତୀୟ କ୍ରି‌କେଟ ପ୍ରଶଂସକଙ୍କୁ ହୃଦୟ ବିଦାରକ ଫଳ ମିଳିଥିଲା।
ଦିନିକିଆ ବିଶ୍ବକପ୍ ବିଜେତା ଇଂଲଣ୍ଡ ୧୦ ୱିକେଟ୍ରରେ ଭାରତକୁ ଅତି ଶୋଚନୀୟ ଭାବେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରି ନେଇଛି। ଖେଳ ହରିବା ପରେ ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କୁ ନେଇ କ୍ରିକେଟ ଖେଳପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ଏହି କ୍ରମରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏବଂ ଶଶି ଥରୁର ଭାରତୀୟ କ୍ରିକେଟ ଦଳର ପରାଜୟକୁ ନେଇ ପ୍ରଶ୍ନ କରିଛନ୍ତି। ଏହି ପରାଜୟ ପରେ ଆନନ୍ଦ ମହିନ୍ଦ୍ରା ମଧ୍ୟ ନିଜ କ୍ରୋଧକୁ ଲୁଚାଇ ପାରି ନଥିଲେ।
ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ହାରିବା ପରେ କଷ୍ଟ ହୋଇ ନଥାଏ। କିନ୍ତୁ କିପରି ଜଣେ ହାରିଛି ସେଦିଗକୁ ଦେଖିଲେ କଷ୍ଟ ଲାଗିଥାଏ। ଖେଳର ପରିବର୍ତ୍ତିତ ଧାରା ଅତି ନିଷ୍ଠୁର ହୋଇପାରେ। ବର୍ତ୍ତମାନ ପାଇଁ ଆମେ ଏହାକୁ ଆଉ ଏକ ସୁଯୋଗ ଭାବରେ ଦେଖିବା ଏବଂ ଏହାଠାରୁ ଉପରକୁ ଉଠିବା ।’

ଆନନ୍ଦ ମହିନ୍ଦ୍ରା ଆରମ୍ଭରୁ ଭାରତୀୟ ଦଳକୁ ଉତ୍ସାହିତ କରି ଆସୁଥିଲେ | କିନ୍ତୁ ସେମିଫାଇନାଲରେ ଭାରତର ପରାଜୟ ତାଙ୍କ ମନକୁ ଭାଙ୍ଗି ଦେଇଛି ବୋଲି ସେ କହିଛନ୍ତି।

ଶଶି ଥରୁର ମଧ୍ୟ ସମାନ କଥା ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ମୋ୍ତେ ପରାଜୟକୁ ନେଇ କୌଣସି ଫରକ ପଡେ ନାହିଁ। ଜିତିବା ଓ ହାରିବା ଖେଳର ଦୁଇଟି ପାର୍ଶ୍ବ । କିନ୍ତୁ ଖେଳରେ ଭାରତ ଦଳର ଭଲ ପ୍ରଦର୍ଶନ କରିବାର ଇଚ୍ଛା ନଥିଲା ଭଳି ଦେଖିବାକୁ ମିଳିଥିଲା। ’
ଶଶି ଥରୁରଙ୍କ ଏହି ଟୁଇଟ ଚର୍ଚ୍ଚାରେ ରହିଛି।

ad-week
Leave A Reply

Your email address will not be published.