ବ୍ରହ୍ମପୁର ଆଞ୍ଚଳିକ ମାର୍କେଟିଙ୍ଗ ସମବାୟ ସମିତିର ସଭାପତି ହେଲେ ସଚ୍ଚିଦାନନ୍ଦ ରାଜଗୁରୁ

add-all

ବ୍ରହ୍ମପୁର : ବ୍ରହ୍ମପୁର ଆଞ୍ଚଳିକ ମାର୍କେଟିଙ୍ଗ ସମବାୟ ସମିତି (BRMCS)ର ସଭାପତି ହେଲେ ସଚିତାନନ୍ଦ ରାଜଗୁରୁ, ଦୀର୍ଘଦିନ ଧରି ଏହି ଅନୁଷ୍ଠାନଟି ଅଂଚଳ ଅବସ୍ଥାରେ ଥିଲା l ନୂତନ ଭାବେ ଦାଇତ୍ୱ ମିଳିବା ପରେ ଏହାର ଉନତି ପାଇଁ କାଯ୍ୟ କରିବେ ବୋଲି ପ୍ରତିଶୃତି ଦେଲେ l ସେ ପୂର୍ବରୁ ପାତ୍ରପୁର ବ୍ଲକର ଅଦକ୍ଷ, ଜ଼ିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ଜଣେ ଦକ୍ଷ ସମବାୟ ବିତ ଭାବେ ବେଶ ଜଣାଶୁଣା l ତାଙ୍କରି ବିଜୟଙ୍କୁ ନେଇ ଚିକିଟି ନିର୍ବାଚନ ମଣ୍ଡଳୀରେ ଖୁସିର ଲହରୀ ଖେଳିଯାଇଛି l ଆଜି ନିଦ୍ଧାରିତ ସମୟ ମଧ୍ୟରେ ଦୁଇଟି ପାର୍ଥୀପତ୍ର ଦାଖଲ ହୋଇଥିଲା l ୮ ଖଣ୍ଡ ଭୋଟ ବ୍ୟବଧାନରେ ସନ୍ତୋଷ ଚୌଧୁରୀ ପରାଜୟ ବରଣ କରିଛନ୍ତି l ବାଣିଜ୍ୟ କେନ୍ଦ୍ରରର ଉନ୍ନୟନ ମୋର ପ୍ରଥମ ଲକ୍ଷ ବୋଲି ନର୍ବ ନିର୍ବାଚିତ ସଭାପତି ମତ ପ୍ରକାଶ କରିଛନ୍ତି l ଏହି କାଯ୍ୟକ୍ରମରେ ଗଞ୍ଜାମ ଜ଼ିଲ୍ଲା ବିଜେଡି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ନଗର ଉନ୍ନୟନ, ଗୃହନିର୍ମାଣ ମନ୍ତ୍ରୀ ଉଷାଦେବୀ, ମେୟର ସଂଘମିତ୍ରା ଦଳାଇ, ବରିଷ୍ଠ ବିଜେଡି ନେତା ତ୍ରିଗୁଣା ତିତଦେଓ, ବିଭସେନ ଦଳାଇ, କୈଳାଶ ରଣା, ଅଜୟ କୁମାର ମହାରଣା, ଟି. ଗୋପି, ବଶିଷ୍ଟ କୁମାର ଜେନା, ଶିବ ରାମ ପାତ୍ର, ଜ଼ିଲ୍ଲା ଭିନ୍ନକ୍ଷମ ନେତା କେ. ମଣି ବାବୁ,ଲାଞ୍ଜିଆ ସମିତି ସଭ୍ୟ ତଥା ଆମ୍ବଗଡ଼ ସମବାୟ ସମିତି ସଭାପତି କାନ୍ହୁ ଚରଣ ପାତ୍ର,ଭବାନୀ ଶଙ୍କର ବିଶ୍ୱାଳ,ସୁର୍ଦସନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.