
ନବରଙ୍ଗପୁର ନିକଟସ୍ଥ ଘୁମର ଜଳ ପ୍ରପାତ ନିକଟରେ ସେଲ୍ଫି ନେବା ସମୟରେ ଗୋଡ଼ ଖସି ଅକାତ ଅକାତ ପାଣିରେ ପଡ଼ି ନିଖୋଜ ଥିବା ଯୁବକ ର ମୃତଦେହ କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ l ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ମଙ୍ଗରଦୋରା ନିକଟରେ ରହିଥିବା ପ୍ରସିଦ୍ଧ ଘୁମରେଶ୍ୱର ଶୈବ ପୀଠ ନିକଟରେ ଥିବା ସୁଉଚ୍ଚ ଜଳ ପ୍ରପାତ ନିକଟରେ ଏକ ୧୮ ବର୍ଷୀୟ ବାଳକ ସେଲ୍ଫି ଉଠାଉଥିବା ବେଳେ ହଠାତ ଗୋଡ଼ ଖସି ପାଣିରେ ପଡିଯାଇଥିଲା l ବାଳକ ଜଣକ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପଞ୍ଚାୟତ ଅନ୍ତର୍ଗତ କୃଷ୍ଣଗୁଡା ଗ୍ରାମର ପ୍ରଫୁଲ୍ଲ ଗୌଡ଼ଙ୍କ ପୁଅ ହରିବନ୍ଧୁ ଗୌଡ଼ l ଗତକାଲି ଘଟଣା ସମ୍ପର୍କ ରେ ଖବର ପାଇ ତେନ୍ତୁଳିଖୁଣ୍ଟି ଅଗ୍ନିଶମ କର୍ମଚାରୀ ଘୁମରେଶ୍ବର ପର୍ଯ୍ୟଟନ ସ୍ଥଳୀ ନିକଟରେ ଥିବା ଜଳ ପ୍ରପାତ ନିକଟରେ ପହଂଚି ରଶି ସାହାଯ୍ୟ ରେ ଜଳ ପ୍ରପାତ ତଳକୁ ଓଲ୍ହେଇ ପାଣି ଭିତରେ ବହୁ ସମୟ ଧରି ଖୋଜାଖୋଜି କରିଥିଲେ ହେଁ ଯୁବକ ଙ୍କ କୌଣସି ସନ୍ଧାନ ମିଳିନଥିଲା ଏବଂ ସନ୍ଧ୍ୟା ସମୟ ହେବାରୁ ସନ୍ଧାନ କାର୍ଯ୍ୟ ସ୍ଥଗିତ ରଖା ଯାଇଥିଲା । ତେବେ ଆଜି ଅଗ୍ନିଶମ ବାହିନୀ ନିଜ ଟିମ ସହ ଘଟଣା ସ୍ଥଳ ରେ ପହଞ୍ଚି ଆରମ୍ଭ କରିଥିଲେ ସର୍ଚ୍ଚ ଅପରେସନ l ନିଶ୍ୱାସ ପ୍ରଶ୍ୱାସ ର ସୁବିଧା ପାଇଁ ଆକ୍ସିଜେନ ସିଲିଣ୍ଡର ସାଥିରେ ନେଇ ଗଭୀର ପାଣି ଭିତରେ ବହୁ ଖୋଜାଖୋଜି ପରେ ଦୀର୍ଘ ଦୁଇ ଦିନ ର ପରିଶ୍ରମ ପରେ ପାଣି ଭିତରୁ ମୃତଦେହ କୁ ବାହାର କରିବାରେ ସକ୍ଷମ ହୋଇଛି ଅଗ୍ନିଶମ ବାହିନୀ lଏ ଅପରେସନ ରେ ଅଗ୍ନିଶମ ବାହିନୀ ର 5 ଜଣ ସାମିଲ ଥିଲେ ପରିବାର ଲୋକଙ୍କ ଅଭିଯୋଗ ପ୍ରକାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି l