ଅଧାପନ୍ତରିଆ ମାର୍କେଟ ବିଲଡିଂ କାମ ଶେଷ ହେଲେ ଆନ୍ଦୋଳନ କରିବାକୁ ଚେତାବନୀ

add-all

ହିଞ୍ଜିଳିକାଟୁ (୧୨।୧୧) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସଟର୍ମୀନାଲ ପରିସରକୁ ଲାଗି ଦୁଇଟି ବ୍ଳକ ମାର୍କେଟ ବିଲଡିଂ ନିର୍ମାଣ ପାଇଁ ୯କୋଟି ୫୭ ଲକ୍ଷ ଟଙ୍କା ବ୍ୟୟ ବରାଦ କରିବା ସହ ୨୦୧୭ ମସିହା ଏପ୍ରିଲ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଦୀର୍ଘ ବର୍ଷ ପରେ ୨୦୨୦ ମସିହା ଅକ୍ଟୋବର ୨୯ ତାରିଖ ରେ ଟେଣ୍ଡର ଆହ୍ବାନ ହୋଇ ୨୦୨୦ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ସେହି ବର୍ଷ ଠାରୁ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଦକ୍ଷିଣ ଵ୍ଳକ ମାର୍କେଟ ବିଲଡିଂ । ଅନ୍ୟପକ୍ଷରେ ଊତ୍ତର ଵ୍ଳକ ମାର୍କେଟ ବିଲଡିଂ ନିମନ୍ତେ ୮ ଫୁଟର ମାଟି ଖୋଳି ଖାଲ ଖମାରେ ପଡ଼ି ରହିଛି। ମାଟି ଵିକା ଉପରେ କାହାର ନଜର ନାହିଁ। ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଗୋଟିଏ ବ୍ଳକ ଅଧାପନ୍ତରିଆ ଅବସ୍ଥାରେ ପଡିରହିଥୁବା ଵେଳେ ଅନ୍ୟଟି କାମ ଆରମ୍ଭ ହୋଇନାହିଁ। ମାର୍କେଟ ବିଲଡିଂ କାମ ଶେଷ କେବେ ହେବ ଓ ହିଞ୍ଜିଳିକାଟୁ ଵ୍ୟବସାୟୀ ମାନଙ୍କୁ ଗୂହ କେବେ ମିଳିବ ଏନେଈ ଵ୍ୟବସାୟୀ ମହଲରେ ଅସନ୍ତୋଷ ସୃଷ୍ଟି ସହ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କଲ
ପ୍ରସାଶନିକ ଅବହେଳାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି।ମାର୍କେଟ ବିଲଡିଂ ଅଧାପନ୍ତରିଆ ଅବସ୍ଥାରେ ଥିବା ବେଳେ ସେଠାରେ ମଦୁଆଙ୍କ ଆଡ୍ଡାସ୍ଥଳୀ ,ଅନୈତିକ କାର୍ଯ୍ୟ ସହ ପରିଶ୍ରାଗାର ରେ ପରିଣତ ହୋଇଛି। ଫଳରେ ସହରରେଚୋରୀ ବଢିବାରେ ଲାଗିଛି କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ଵ୍ୟବସାୟୀ ଙ୍କ ଠାରୁ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ପୌରପାଳିକା ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ ଓ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ ଙ୍କୁ ପଚାରିବାରୁ ପ୍ରଥମ ପର୍ଯ୍ୟାୟରେ ଯେତିକି ଟଙ୍କା ଆସିଥିଲା ସେତିକି ଟଙ୍କାର କାର୍ଯ୍ୟ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଟଙ୍କା ଖୁବ୍ ଶୀଘ୍ର ଆସିବ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି।ଏନେଈ ହିଞ୍ଜିଳି ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା, ହିଞ୍ଜିଳିକାଟୁ ଲକ୍ଷ୍ମୀନୃସିଂହ ବଣିକ ସଂଘର ସାଧାରଣ ସମ୍ପାଦକ ବିଶ୍ବମ୍ବର ସାହୁ, ଵ୍ୟବସାୟୀ ଯୂଗଳ ପଣ୍ଡା, ପ୍ରେମାନନ୍ଦ ପାଣିଗ୍ରାହୀ, ପ୍ରମୁଖ ବିକାଶ ମଞ୍ଚ ଓ ଲକ୍ଷ୍ମୀନୃସିଂହ ବଣିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ,ଗଞ୍ଜାମଜିଲ୍ଲାପାଳ ,ସହରାଚଂଳ ଗୃହ ଓ ନଗର ଉନ୍ନୟନ ବିଭାଗ, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଖୁବଶୀଘ୍ର କାର୍ଯ୍ୟ ଶେଷ ନହେଲେ ଆନ୍ଦୋଳନ ପେନ୍ଥା ଗ୍ରହଣ କରିବାକୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।

ad-week
Leave A Reply

Your email address will not be published.