ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ରକ୍ତଦାନ ଶିବିର

add-all

ବ୍ରହ୍ମପୁର : ହିିଲପାଟଣା ସିଦ୍ଧି ବିନାୟକ ମନ୍ଦିର ପରିଚାଳନା କମିଟି ଏବଂ ଗରଜି ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ରକ୍ତ ଦାନ ଶିବିର ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ଡ଼େପୁଟି କମିଶନର ଆର୍ଶୀବାଦ ପରିଡ଼ା, ଏନ୍‌ଫୋର୍ସମେଟଂ୍ ଅଧିକାରୀ ତରୁଣା କାନ୍ତ, ହିଂଜିଳିର ପୂର୍ବତନ ବିଧାୟକ ଉଦୟନାଥ ନାୟକ, ୨୯ ନଂ ୱାର୍ଡ଼ କର୍ପୋରେଟର ସଂଜିତ୍ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ରକ୍ତଚାପ, ମଧୁମେୟ, ଦନ୍ତ ରୋଗର ଚିକିତ୍ସା କରାଯାଇଥିଲା । ଆଖପାଖ ଅଚଂଳର ବହୁ ସାଧାରଣ ଜନତା ଯୋଗଦେଇ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମନ୍ଦିର ପରିଚାଳନା କମିଟି ସଦସ୍ୟ ଏବଂ ହିଲପାଟଣାର ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ବ୍ରହ୍ମପୁର ସ୍କେଟିଂ ଏକାଡ଼େମୀର ସଦସ୍ୟ ମାନେ ସ୍ୱଚ୍ଛତାକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ମନ୍ଦିର କମିଟି ସଭାପତି ରତ୍ନାକର ସାବତ, ସଂପାଦକ ସୁରେନ୍ଦ୍ରନାଥ ଚୌଧୁରୀ, ବଳରାମ ପଣ୍ଡା, ରଘୁନାଥ ପ୍ରସାଦ ପାଣିଗ୍ରାହୀ, ଅବନୀକାନ୍ତ ବକ୍ସି, ଭଗବାନ ପଣ୍ଡା, ଭଗବାନ ପାଣିଗ୍ରାହୀ, ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ପାଣିଗ୍ରାହୀ, ଲାଚିଂଆ ପଚାଂୟତ ସମିତିସଭ୍ୟ କାହ୍ନୁଚରଣ ପାତ୍ର, ସ୍କେଟିଂ ଏକାଡ଼େମୀର ମୁଖ୍ୟ ବିଭୂତି ଭୂଷଣ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.