କର୍ମଚାରୀଙ୍କୁ ଛଟେଇ କରିବାକୁ ଏଲନ୍‌ ମସ୍କ୍‌ କହିବା ପରେ ବାନ୍ତି କରିପକାଇଲେ ‘ଟୁଇଟର୍‌’ ମ୍ୟାନେଜର୍‌: ରିପୋର୍ଟ

add-all

ନୂଆଦିଲ୍ଲୀ: କର୍ମଚାରୀମାନଙ୍କୁ ଛଟେଇ କରିବା ଲାଗି ନୂଆ ମାଲିକ ଏଲନ୍‌ ମସ୍କ୍‌ କହିବାରୁ ‘ଟୁଇଟର୍‌’ର ଜଣେ ମ୍ୟାନେଜର୍‌ ବାନ୍ତି କରିପକାଇଥିବା କଥା ‘ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି।

‘ଦୁଇ ସପ୍ତାହର ଗୋଳମାଳ: ଏଲନ୍‌ ମସ୍କ୍‌ ଟୁଇଟର୍‌ ଗ୍ରହଣ କରିବା ଭିତରେ’ ଶୀର୍ଷକ ରିପୋର୍ଟରେ ଅସଂଖ୍ୟ କର୍ମଚାରୀ ଛଟେଇ ବଷୟରେ ସବିଶେଷ ବିବରଣ ଦିଆଯାଇଛି। ଏହି ରିପୋର୍ଟ ପ୍ରସ୍ତୁତି କରିବା ନିମନ୍ତେ ଅନ୍ୟୂନ ୩୬ଜଣ ‘ଟୁଇଟର୍‌ କର୍ମଚାରୀଙ୍କୁ ସାକ୍ଷାତ୍‌ କରାଯାଇଛି। କେବଳ ସେତିକି ନୁହେଁ, କମ୍ପାନିର ଅନେକ ଅଭ୍ୟନ୍ତରୀଣ କାଗଜପତ୍ର ଏବଂ ୱାର୍କପ୍ଲେସ୍‌ ଚାଟ୍‌ ଲଗ୍‌ ମଧ୍ୟ ଅଧ୍ୟୟନ କରାଯାଇଛି।

ଏସବୁରୁ ଜଣାପଡ଼ିଛି ଯେ, କେତେକ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ଇ-ମେଲ୍‌ ଜରିଆରେ ଛଟେଇ କରାଯାଇଛି। ସେଥିରେ ଜଣେ ଇଞ୍ଜିନିୟର୍‌ ମ୍ୟାନେଜର୍‌ଙ୍କୁ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବା ଲାଗି ନିର୍ଦେଶ ଦିଆଯାଇଥିଲା। ମସ୍କ୍‌ଙ୍କ ଆଦେଶ ଅନୁସାରେ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ଲାଗି ଲାଗିଥିବା କର୍ମଚାରୀମାନେ ଅଫିସ୍‌ରେ ଶୋଇପଡ଼ିଥିବା ବେଳେ ଇଞ୍ଜିନିୟର୍‌ ମ୍ୟାନେଜର୍‌ ତାଙ୍କ ଡେସ୍କ୍‌ ନିକଟରେ ଥିବା ଡଷ୍ଟ୍‌ବିନ୍‌ରେ ବାନ୍ତି କରିପକାଇଥିଲେ।

‘ସ୍ଲାକ୍‌’ରେ ବହୁଳ ପ୍ରସାରଣ ହେଉଥିବା ବାର୍ତ୍ତାରୁ ଆଭାସ ମିଳୁଛି ଯେ, ପ୍ରାୟ ୩,୭୩୮ଜଣ କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ‘ଦି ଟାଇମ୍ସ୍‌’ ରିପୋର୍ଟ କରିଛି।

ଏଭଳି ଗୋଳମାଳିଆ ପରିସ୍ଥିତିରେ ଭୁଲ୍‌କ୍ରମେ ଛଟେଇ କରାଯାଇଥିବା କେତେଜଣ ଅଭିଜ୍ଞ କର୍ମଚାରୀଙ୍କୁ ‘ଟୁଇଟର୍‌’ ପୁନଃନିଯୁକ୍ତି ଦେଇଥିବା କଥା ମଧ୍ୟ ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି।

ad-week
Leave A Reply

Your email address will not be published.