ପ୍ରଥମ ଚିଲଡ୍ରେନ୍ସ କପ୍ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

add-all

ବ୍ରହ୍ମପୁର,୧୩/୧୧/୨୨: ଅନ୍ତଃଜିଲ୍ଲା ପ୍ରଥମ ଚିଲଡ୍ରେନ୍ସ କପ୍ ଆନ୍ତଃ ବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲାର ପ୍ରାୟ ୧୮ଟି ବିଦ୍ୟାଳୟର ମୋଟ ୩୬ଟି ଦଳ ଅଂଶଗ୍ରହଣ କରିଥିଲେ । ହ୍ୟାଣ୍ଡବଲ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଏମ୍ ବିବେକ୍ ରେଡି, ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ, ଗଞ୍ଜାମ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଭାଗିରଥି ସ୍ବାଇଁ, ସ୍ଥାନୀୟ କର୍ପୋରେଟର ପ୍ରଦୀପ କୁମାର ଶତପଥୀ, ଅଭିପ୍ରାୟର ଉପଦେଷ୍ଟା ମିଟୁ ସାବତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ହାସ୍ୟ ଅଭିନେତା ଆନ୍ନା ତଥା ଓ.ଏ.ଭି କୁସୁମୀ କ୍ରୀଡା ଶିକ୍ଷକ ମଧୁସୂଦନ ମିଶ୍ରଙ୍କୁ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଆଜି ଅନୁଷ୍ଠିତ ବାଳିକା ବିଭାଗ ଫାଇନାଲ ମ୍ୟାଚରେ ଏମ୍.ଏ.ଭି ସ୍କୁଲ (୭-୨)ଗୋଲ ବ୍ୟବଧାନରେ ଓ.ଏ.ଭି କୁସୁମୀ ଟିମକୁ ହରାଇ ଚମ୍ପିୟାନ ହୋଇଥିଲା । ସେହିଭଳି ୧୪ବର୍ଷରୁ କମ ବାଳକ ବିଭାଗରେ କେ.ସି ପବ୍ଲିକ ସ୍କୁଲ (୯-୭)ଗୋଲ ବ୍ୟବଧାନରେ ଗୋଳାବନ୍ଧ ଆର୍ମି ପବ୍ଲିକ ସ୍କୁଲକୁ ହରାଇ ଚମ୍ପିୟାନ ହୋଇଛି । ସେହିଭଳି ୧୭ବର୍ଷରୁ କମ ବାଳକ ବିଭାଗରେ ଏକ ସଂଘର୍ଷପୂର୍ଣ ମ୍ୟାଚରେ ଡିଏଭି ସହ ଜ୍ଞାନ ବିକାଶ ମଧ୍ୟରେ ଏକ ସଂଘର୍ଷ ପୂର୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଉଭୟ ଟିମ ପକ୍ଷରୁ (୧୩-୧୩) ଗୋଲ ବ୍ୟବଧାନରେ ଟାଇ ହୋଇଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ ଟିମକୁ ଖେଳିବା ପାଇଁ ପୁଣି ଅଧିକ ୫ ମିନଟ ଲେଖାଏଁ ସମୟ ଦିଆଯାଇଥିଲା । ଏଥିରେ ମଧ୍ୟ ସଂଘର୍ଷପୂର୍ଣ ହୋଇଥିଲା କିନ୍ତୁ ପରିଶେଷରେ ଡି.ଏ.ଭି (୧୮-୧୭)ଗୋଲ ବ୍ୟବଧାନରେ ଜ୍ଞାନ ବିକାଶ ଟିମକୁ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଉଦଯାପନି ଉତ୍ସବ ଅବସରରେ ଅତିଥି ରୂପେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର

ଚ୍ୟାଉପଟ୍ଟନାୟକ ଯୋଗ ଦେଇ ଖେଳାଳୀଙ୍କୁ ଉତ୍ଚାହିତ କରିଥିଲେ ।ପରିଶେଷରେ ବିଜୟୀ ଓ ରନର୍ସ ଅପ ଟିମକୁ ପୁରସ୍କାର ପ୍ରଦାନ କରିଥିଲେ। ସେହିଭଳି ବେଷ୍ଟ ପ୍ଲେୟାର ଭାବେ ୧୭ବର୍ଷରୁ କମ ବାଳକ ବିଭାଗରେ ସ୍ୱସ୍ତିକ ସିଂହ, ୧୪ ବର୍ଷରୁ କମ ବାଳକ ବିଭାଗରେ ଋତୁରାଜ ଏବଂ ବାଳିକା ବିଭାଗରେ ଓ.ଏ.ଭି କୁସୁମୀର ତନୀସ୍କାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜିଲ୍ଲା ସ୍ତରୀୟ ଓ ଜାତୀୟସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ଦିଆଯିବ ବୋଲି ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ସୁରେଶ କୁମାର ପାଢୀ ଓ ଏନ୍.ଆଇ.ଏସ୍ ସାର୍ଟିଫିକେଟ ପ୍ରାପ୍ତ ଜାତୀୟ କୋଚ୍ ପ୍ରଶାନ୍ତ କୁମାର ରଥ ସୂଚନା ଦେଇଛନ୍ତି । ଆଜିର ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ହ୍ୟାଣ୍ଡବଲ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳା,ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, ଉପସଭାପତି ଡ଼ଃ ସରୋଜ ସାମନ୍ତ, କୋଷାଧ୍ୟକ୍ଷ ଡା. ମନୋଜ କୁମାର ପାତ୍ର ଉପସ୍ଥିତ ରହି ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ ପାତ୍ର, ପ୍ରୋମଦ ପଟ୍ଟନାୟକ, ଚକାଡୋଳା ପାଣିଗ୍ରାହୀ, ଦୀପକ ମହାନ୍ତିଜ୍ୟୋତି ପାତ୍ର, ବର୍ଷା ସେଠି, ବିକାଶ ସାମଲ ପ୍ରମୁଖ ରେଫ୍ରି ଭାବେ ଦାଇତ୍ୱ ତୁଲାଇଥିଲେ। ଆସନ୍ତା କାଲି ୧୪ ତାରିଖ ଶିଶୁ ଦିବସ ଅବସରରେ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା।….

ad-week
Leave A Reply

Your email address will not be published.