ମହାମହିମ ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ବିଜେପିର ତୀବ୍ର ବିରୋଧ।

add-all

ବ୍ରହ୍ମପୁର : ମହାମହିମ ରାଷ୍ଟ୍ରପତିଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ପଶ୍ଚିମବଙ୍ଗର ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରି ଓ ମମତା ବାନାର୍ଜୀଙ୍କୁ ବିରୋଧ କରି ଗୋଷାଣିନୂଆଗାଁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଦୁଇ ଜଣଙ୍କ କୁଶପୁତୋଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଗୋଷାଣିନୂଆଗାଁ ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ସଭାପତି କିଷାନ ପଣ୍ଡା, ସାଧାରଣ ସଂପାଦକ ଅନୀଲ ସାହୁଙ୍କ ନେତୃତ୍ୱରେ ବହୁ କର୍ମୀ ଓ କର୍ମକର୍ତା ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ତୁରନ୍ତ ଟିଏମ୍‌ସି ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ । ଭାରତ ବର୍ଷର ସର୍ବପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ବିଷୟରେ ଏଭଳି ଅଶାଳୀନ ଓ ଅଗଣତାନ୍ତ୍ରିକ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି ବିଜେପି । ତୁରନ୍ତ ମମତା ବାନାର୍ଜୀ ନିଜ ମନ୍ତ୍ରୀଙ୍କୁ ବହିଷ୍କାର କରିବା ସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଜେପି କର୍ମୀ ଓ କର୍ମକର୍ତା ମାନେ ଗୋଷାଣିନୂଆଗାଁ ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମମତା ବାନାର୍ଜୀ ଏବଂ ଅଖିଳ ଗିରିଙ୍କ କୁଶପୁତୋଳିକା ଦାହ କରିଥିଲେ । ଏହି ଅବସରରେ ସବିତା ସୁଆର, ସ୍ଥାନୀୟ କର୍ପୋରେଟର ନୀଳକଣ୍ଠ ସାହୁ, ବନିତା ସାହୁ, ରଞ୍ଜିତା ବେହେରା, ଚିତରଂଜନ ସାହୁ, ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, ଜିଲ୍ଲା ସଂପାଦକ ବାଳକୃଷ୍ଣ ସାମନ୍ତରାୟ, ବର୍ଷା ବିଦୁସ୍ମିତା, ସୁଶିଳା ମଲ୍ଲିକ, ଅନୃଶ୍ରୀ ନନ୍ଦ, ବିନୋଦ ସିଂ, ମମତା ରଣା, ଅଶ୍ୱିନୀ ସାହୁ, ରାଜେନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.