ଶିଶୁ ଶ୍ରମିକ ଦେଶର ଭବିଷ୍ୟତ ପାଇଁ ବିପଦ – ଚାଇଲଡ଼ ଲାଇନ

add-all

ବ୍ରହ୍ମପୁର : ଶିଶୁଙ୍କ ଯତ୍ନ ଓ ସୁରକ୍ଷା ଏବଂ ଶିଶୁଙ୍କ ଅଧିକାରକୁ ସମ୍ମାନ ଦେବା ପାଇଁ ଆଜି ଏକ ମାନବ ଶୃଙ୍ଖଳ ଓ ସଚେତନତା ପଦଯାତ୍ରା ସ୍ୱେଚ୍ଛାସେବୀ ସଂଗଠନ ଚାଇଲ୍ଡ ଲାଇନ, ୱାନ୍ ଷ୍ଟପ୍ ସେଟଂର୍ ଏବଂ ଆଇଏସ୍ ଆଦି ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି । ଏହି ପଦଯାତ୍ରାକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ଡା. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଯୋଗଦେଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସହରରେ ମାନବ ଚାଲାଣ ରୋକିବା, ସହରକୁ ଶିଶୁ ଶ୍ରମିକ ମୁକ୍ତ କରିବା, ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବା ଏବଂ ଶିଶୁଙ୍କୁ ଉଚିତ୍ ସାମାଜିକ ସରକାରୀ ଆଦି ମୌଳିକ ସୁବିଧା ଯୋଗାଇଦେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ସହରକୁ ଶିଶୁ ଶ୍ରମିକ ମୁକ୍ତ ଏବଂ ଶିଶୁଙ୍କ ସୁରକ୍ଷା ଉପରେ ଗୁରୁତ୍ୱରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ କାଜୁ ନିଗମ ଅଧ୍ୟକ୍ଷ ସୁବାସଚନ୍ଦ୍ର ମହାରଣା, ଆଇଏସ୍ ଆରଡ଼ି ନିର୍ଦ୍ଦେଶକ ସୁଧୀର ସାବତ, ୱାନ୍ ଷ୍ଟପ୍ ସେଟଂରର ମୁଖ୍ୟ ପରିଚାଳିକା ମହେଶ୍ୱତା ପାଢ଼ୀ, ପ୍ରତ୍ୟୁଷ୍ ସଂସ୍ଥାର ଶାଖା ପରିଚାଳକ ଏସ୍‌. ଜଗନ୍ନାଥ ରାଓ, ବ୍ରହ୍ମପୁର ରେଳୱାଇ ମୁଖ୍ୟ ଟିକଟ ନିରୀକ୍ଷକ ବସନ୍ତ ଶତପଥୀ, ଷ୍ଟେସନ୍ ମ୍ୟାନଜର ଦୁର୍ଗାପ୍ରସାଦ ବ୍ରହ୍ମା, ଆମ୍ବୁଜ ସାହୁ, ଶିକ୍ଷୟିତ୍ରୀ ଗିତାଞ୍ଜଳି ପାତ୍ର, ମାମୀ ନାହାକ, ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଏକ ମାନବ ଶୃଙ୍ଖଳ ସହିତ ପଦଯାତ୍ରା ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ନିକଟରୁ ବାହାରି ବ୍ରହ୍ମପୁର ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲ | କାର୍ଯ୍ୟକ୍ରମକୁ ଚାଇଲ୍ଡ ଲାଇନ୍ ସଂଯୋଜକ କଲ୍ୟାଣ ସିଂହ, ଗୋପାଳ ଦଳ ବେହେରା, ସ୍ୱପ୍ନାରାଣୀ ନାହାକ, ପ୍ରଣତୀ କୋର୍ ଙ୍କ ସମେତ ବହୁ କର୍ମକର୍ତା ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.