ସମ୍ଭାବନା ତରଫରୁ ସାହିତ୍ୟିକ ସମ୍ବର୍ଦ୍ଧିତ

add-all

ଫୁଲବାଣୀ : ସମ୍ଭାବନା ସାହିତ୍ୟ ପରିଷଦ ତରଫରୁ କନ୍ଧମାଳର ସାହିତ୍ୟିକ ମାନଙ୍କୁ ଆଜି ଆସ୍କାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠିତ ଏକ ରାଜ୍ୟ ସ୍ତରୀୟ ସମାବେଶରେ ସମର୍ଦ୍ଧିତ କରାଯାଇଛି l ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳର ବରିଷ୍ଠ ସାହିତ୍ୟିକ ଆଇନଜୀବୀ ତଥା ଜିଲ୍ଲା ଲେଖକ ସମ୍ମୁଖ୍ୟର ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କୁ ସମ୍ଭାବନା ରବିରଶ୍ମି କବି ଭାରତୀ ସମ୍ମାନ, କବି, ସମାଜସେବୀ, ଶିକ୍ଷାବିତ ତଥା ଫୁଲବାଣୀ ସରକାରୀ ଶିକ୍ଷା ତାଲିମ ଅନୁଷ୍ଠାନର ସହକାରୀ ତାଲିମପ୍ରାପ୍ତ ଅଧିକାରୀ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ଭାବନା ସମାଜସେବା ସମ୍ମାନ , କନ୍ଧମାଳର ବରିଷ୍ଠ ଶିଶୁ ସାହିତ୍ୟିକ, ସଂଗଠକ, ସଂଚାଳକ ତଥା ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କୁ ସମ୍ଭାବନା ରବିରଶ୍ମି ଶିଶୁ ସମ୍ମାନ ପ୍ରଦାନ କରା ଯାଇଥିଲା lଉକ୍ତ ଉତ୍ସବରେ ଆସ୍କା ସାଂସଦ ପ୍ରମିଳା ବିଶୋଇ, ବିଧାୟକ ମଞ୍ଜୁଳା ସ୍ୱାଇଁ, ମନ୍ତ୍ରି ଶ୍ରୀକାନ୍ତ ସାହୁ, ସାହିତ୍ୟିକ ଡ଼ଃ ପ୍ରଶାନ୍ତ କୁମାର ପଣ୍ଡା, ପିତାମ୍ବର ତରାଇ, ଡ଼ଃ ବିଜୟୀ କୁମାର ମହାରଣା, ଶରତ ଚନ୍ଦ୍ର ପଣ୍ଡା, ସୁଖେନ୍ଦୁ ଦାସ,ସିଦ୍ଧାର୍ଥ ଶଙ୍କର ପାଢ଼ୀ, ପ୍ରତିଭା ମହାରଥା, ପ୍ରସନ୍ନ କୁମାର ପ୍ରଧାନ, ସୂର୍ଯକାନ୍ତ ପରିଡା, ସତ୍ୟନାରାୟଣ ସ୍ୱାଇଁ, ମାହେଶ୍ୱରୀ ଦୋରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଅଧିବେଶନରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଡ଼ଃ ମହାପାତ୍ରଙ୍କ “ଶଙ୍କର ଦିଗବିଜୟୀ” ର ଓଡ଼ିଆ ଅନୁବାଦକୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ l ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କ ଧର୍ମପତ୍ନୀ ଶ୍ରୀମତୀ ଜୟଲକ୍ଷ୍ମୀ ମହାପାତ୍ରଙ୍କୁ ସମ୍ଭାବନା ଆଦର୍ଶ ଗୃହିଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା l ବହୁ ସାହିତ୍ୟିକ ସମର୍ଦ୍ଧିତ ସାହିତ୍ୟିକ ମାନଙ୍କୁ ସ୍ୱାଗତ ଜଣାଇଛନ୍ତି l

ad-week
Leave A Reply

Your email address will not be published.